ଚାଷୀଙ୍କ ପାଇଁ ବଡ ଘୋଷଣା

ନୂଆଦିଲ୍ଲୀ (୧୮.୧୦.୨୨) : ଦୀପାବଳି ପୂର୍ବରୁ ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଆଜି କେନ୍ଦ୍ର ସରକାର ରବି ଫସଲ ପାଇଁ ବିଭିନ୍ନ ଖାଦ୍ୟ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସ୍‌ପି) ବୃଦ୍ଧି କରିଛନ୍ତି। ୨୦୨୩-୨୪ ରବି  ପାଇଁ ଏହି ବର୍ଦ୍ଧିତ ଏମଏସ୍‌ପି ଦାମରେ ସରକାର ଚାଷୀଙ୍କ ଠାରୁ ସାମଗ୍ରୀ  କିଣିବ।ସରକାର ଗହମର ଏମଏସ୍‌ପି କ୍ୱିଣ୍ଟାଲ ପିଛା ୧୧୦ ଟଙ୍କା ବଢ଼ାଇଛନ୍ତି।

୨୦୨୨-୨୩ରେ ଗହମର କ୍ୱିଣ୍ଟାଲ ପିଛା ଏମଏସ୍‌ପି ୨୦୧୫ ଟଙ୍କା ଥିଲା। ୨୦୨୩-୨୪ରେ ଏହାକୁ କେନ୍ଦ୍ର ସରକାର ୨୧୧୫ ଟଙ୍କା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୀତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ଏମଏସ୍‌ପି ବୃଦ୍ଧି ଉପରେ ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗହମ ବ୍ୟତୀତ ବିଭିନ୍ନ ଖାଦ୍ୟଶତ୍ସ୍ୟର ଏମଏସ୍‌ପି ବୃଦ୍ଧି କରାଯାଇଛି। ସୋରିଷର ଏମଏସ୍‌ପି କ୍ୱିଣ୍ଟାଲ ପିଛା ୪୦୦ ଟଙ୍କା ବୃଦ୍ଧି ହୋଇଛି। ୨୦୨୨-୨୩ରେ ଗୋଟିଏ କ୍ୱିଣ୍ଟାଲ ସୋରିଷର ଦାମ ୫୦୫୦ ଟଙ୍କା ଥିଲା। ୨୦୨୩-୨୪ରେ ଏହାର ଦାମ ୫,୪୫୦ ଟଙ୍କା ହୋଇଛି।

Leave A Reply

Your email address will not be published.