ଭୋପାଳ: ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳରୁ ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁର କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ନେଇ ଦେଲେ ବିବାଦୀୟ ବୟାନ |ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ବିଜେପି ସାଂସଦ ପ୍ରଜ୍ଞା ଠାକୁର କହିଛନ୍ତି, ଏମାନେ ସେହି ବିଧର୍ମୀ ଲୋକ, ଯେଉଁମାନଙ୍କର କୌଣସି ସଂସ୍କୃତି ନାହିଁ, କୌଣସି ଇତିହାସ ନାହିଁ। ଯେତେବେଳେ ଦେଖିବ ସେତେବେଳେ ସୈନିକଙ୍କୁ ଅପମାନିତ କରାଯାଉଛି। କୃଷକ ଅନ୍ନଦାତା ଓ ସୈନିକ ଦେଶର ସୀମାରେ ଠିଆ ହୋଇ ଦେଶର ରକ୍ଷା କରୁଛନ୍ତି ଓ ଏହାର ଭୂମିକା ହେଉଛି ଦେଶର ରକ୍ଷା କରିବା। ଏଥିପାଇଁ ସେମାନେ ଦେଶଭକ୍ତ। କୃଷକଙ୍କ କାମ ଚାଷ କରିବା, କୃଷକ ଆମର ପେଟ ଭରନ୍ତି। ପ୍ରତ୍ୟେକଙ୍କର ନିଜ ନିଜର ଏକ ସ୍ଥାନ ଓ ଶ୍ରେଷ୍ଠ ସ୍ଥାନ ରହିଥାଏ। ପ୍ରତ୍ୟେକଙ୍କ ହୃଦୟରେ ରାଷ୍ଟ୍ରପତି ସମ୍ମାନର ଭାବନା ରହିଥାଏ, କିନ୍ତୁ ଦୁଇ ମୁହାଁ ଲୋକମାନେ କୁହନ୍ତି କୃଷକ ଜରୁରୀ। କୃଷକ ମାନଙ୍କ ସହିତ ସୀମାରେ ସୈନିକଙ୍କର ଆବଶ୍ୟକତା ଅଛି । ଏହାର ପରିଭାଷା କ’ଣ? ଏବେ ଗୋଟିଏ ବାଟ, ଯାହା ପାଖରେ କୌଣସି ବୁଦ୍ଧି ଓ ଜ୍ଞାନ, ଇତିହାସ, ସଂସ୍କୃତି ନାହିଁ ସେଭଳି ବିଧର୍ମୀ ବ୍ୟକ୍ତି କ’ଣ କିଛି ବି କହିଦେବ? ଏହା ସନାତନ ରାଷ୍ଟ୍ର। ଏଠାରେ ରାଷ୍ଟ୍ରଭକ୍ତି ସୃଷ୍ଟି କରାଯାଏ ନାହିଁ, ତାହା ଜନ୍ମରୁ ଆସିଥାଏ। ଆମ ଦେଶ ସନାତନି ପରମ୍ପରା ଅଟେ, ଯିଏ ଏହା ସହିତ ଲଢେଇ କରିବ ସେ ନଷ୍ଟ ହୋଇଯିବ।
ଗୋଟାଏ ଦିନରେ କୋଟିପତି ହେଲେ ଦିନ ମଜୁରିଆଆଜିଠୁ ରାଜ୍ୟରେ ବୁଲିଲା ୩୪ ସାଇବର ସୁରକ୍ଷା ରଥ, ଅକ୍ଟୋବର ୧୫ ଯାଏଁ କରେଇବ ସଚେତନବିହାରରେ ସରିଲା ଜାତିଗତ ଗଣନା, ରିପୋର୍ଟ ଜାରି କଲେ ସରକାରଅମିତ ଶାହାଙ୍କୁ ଭେଟିଲେ ସୌମ୍ୟସକ୍ରିୟ ଲଘୁଚାପ: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣଆଜି ମଧ୍ୟପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ଉଦଘାଟନ କରିବେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀଆଜିଠୁ ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭକଟକ ବଡ଼ ମେଡିକାଲରେ ପାଣି ସମସ୍ୟା; ରୋଗୀ ହନ୍ତସନ୍ତଅନଲାଇନ ଗେମ୍ ହେଲା ମହଙ୍ଗା; ଲାଗୁ ହେଲା ୨୮% GST