ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲଙ୍କୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ୱାଇ କାଟଗୋରୀ ସୁରକ୍ଷା ଯୋଗଇ ଦେଇଛନ୍ତି। ଏବେ ତାଙ୍କ ସହିତ କେନ୍ଦ୍ରୀୟ ସୁରକ୍ଷାବଳର ଏକ ଟିମ୍ ସବୁବେଳେ ରହିବ |ୱାଇ କାଟାଗୋରୀ ସୁରକ୍ଷା ଅନୁସାରେ, ତାଙ୍କ ସହିତ ୧୧ ଯବାନ ଓ ୨ ଜଣ ପିଏସଓ ରହିବେ। ସନ୍ନି ଦେଓଲ ପଞ୍ଜାବର ଗୁରୁଦାସପୁରରୁ ବିଜେପିର ସାଂସଦ ଅଛନ୍ତି।
ସୂଚନା ଅନୁସାରେ ସନ୍ନି ଦେଓଲଙ୍କୁ ଏହି ସୁରକ୍ଷା ତାଙ୍କର ଜୀବନ ପ୍ରତି ବିପଦ ଥିବାର ସୂଚନା ପାଇବା ପରେ ଦିଆଯାଇଛି |ନିକଟରେ ସନ୍ନି ଦେଓଲ ଟୁଇଟ୍ କରି କୃଷକ ଆନ୍ଦୋଳନ ଶେଷ କରିବା କଥା କହିଥିଲେ। ସେ କହିଥିଲେ, ମୁଁ ପୁରା ବିଶ୍ୱକୁ ଅନୁରୋଧ କରୁଛି ଏହା ଆମର କୃଷକ ଓ ସରକାରଙ୍କ ଭିତରର ମାମଲା । ତାଙ୍କ ଭିତରେ ନଆସନ୍ତୁ, କାରଣ ଚର୍ଚ୍ଚା ପରେ ଦୁହେଁ ନିଶ୍ଚିତ ରାସ୍ତା ବାହାର କରିବେ। ମୁଁ ଜାଣିଛି ବହୁ ଲୋକ ଏହାର ଲାଭ ଉଠାଇବାକୁ ଚାହାନ୍ତି ଓ ସମସ୍ୟା ସୃଷ୍ଟି କରିପାରନ୍ତି। ସେ କୃଷକ ବିଷୟରେ ଭାବୁନାହାନ୍ତି। ତାଙ୍କର ନିଜସ୍ୱ ଏଜେଣ୍ଡା ରହିଛି।’
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା