ବାଟ ଛାଡୁନି ବିଜେପି : ସିସୋଦିଆ

ନୂଆଦିଲ୍ଲୀ (୧୭.୧୦.୨୨) : ଦିଲ୍ଲୀ ମଦ ନୀତିକୁ ନେଇ ସିବିଆଇର ସମନ ପରେ ଆଜି ହାଜର ହୋଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଆଜି ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ସିସୋଦିଆ। ହାଜର ପୂର୍ବରୁ ସିସୋଦିଆ ଦିଲ୍ଲୀ ସ୍ଥିତି ବାସଭବନରୁ ବାହାରିଥିଲେ।  ଆପର ଶହ ଶହ କର୍ମୀ ତାଙ୍କୁ ଏକ ଗାଡ଼ିରେ ଶୋଭାଯାତ୍ରାରେ ନେଉଥିବାର ଦେଖିବାକୁ ମିଳିଥିଲା । ବିରାଟ ଶୋଭାଯାତ୍ରାରେ ସିସୋଦିଆ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାପରେ ସିଧାସଳଖ ସିବିଆଇ ଦପ୍ତର ଅଭିମୁଖେ ଯାତ୍ରା କରିଥିଲେ । ଆଜି ହାଜର ହେବା ଲାଗି ତାଙ୍କୁ ସମନ କରାଯାଇଥିଲା ।

ସମନ ପରେ ଆପ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ କେନ୍ଦ୍ର ସରାକର ଓ ବିଜେପିକୁ ଭର୍ତ୍ସନା କରାଯାଇଥିଲା । ଏପରିକି ଆଜିର ହାଜର ବେଳେ ସିସୋଦିଆଙ୍କୁ ଗିରଫ କରାଯାଇପାରେ ବୋଲି ଆପ୍ ଆଶଙ୍କା ପ୍ରକାଶ କରିଥିଲା । ଆଜି ସକାଳୁ ସକାଳେ ସିସୋଦିଆଙ୍କ ବାସଭବନ ଅଞ୍ଚଳକୁ ସଂପୂର୍ଣ୍ଣ ସିଲ୍ କରାଯାଇଥିଲା। ଏନେଇ ଆପ ପ୍ରତିକ୍ରିୟା ରଖିଛି। ଆପ କହିଛି ଯେ, ଯେମିତି ଦିନେ ସରଦାର ଭଗତ ସିଂହ ଦେଶକୁ ସ୍ୱାଧୀନ କରିବା ଲାଗି ବଳିଦାନ ଦେଇଥିଲେ, ଆଜି ଠିକ୍ ସେଭଳି ବଳିଦାନ କରିବାର ସମୟ ଆସିଛି । ତେବେ ମଦ ନୀତିରେ କୌଣସି ପ୍ରକାର ଅନିୟମିତତା ନାହିଁ । କେବଳ ଗୁଜୁରାଟ ନିର୍ବାଚନକୁ ଆଖି ଆଗରେ ରଖି ଏଭଳି କରାଯାଉଛି ବୋଲି ଆପ କହିଛି। ଆପ କହିଛି ଯେ, ଗୁଜରାଟ ନିର୍ବାଚନ ପ୍ରଚାରରରୁ ସିସୋଦିଆଙ୍କୁ ବିଜେପି ଅଟକାଇବାକୁ ଚାହୁଁଛି। ସିସୋଦିଆ ନିଜା ଟ୍ୱିଟ୍‌ କରି କହିଛନ୍ତି ଯ, କିଛି ଦିନ ଭିତରେ ମୋର ଗୁଜରାଟ ଯିବାର କାର୍ଯ୍ୟକ୍ରମ ଥିଲା। ହେଲେ ବିଜେପି ମୋତେ ରୋକିବାକୁ ଚାହୁଁଛି।

ଗୁଜରାଟ ନିର୍ବାଚନରେ ବିଜେପି ହାରିବା ନିଶ୍ଚିତ ଅଛି। ସେଥି ପାଇଁ ଦଳ ଭୟଭୀତ ଅଛି। ସେହିପରି ଆଜି ସକାଳେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମାଆଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି।ମାଆଙ୍କ ଆଶୀର୍ବାଦ ଗ୍ରହଣ କରିବା ପରେ ସିସୋଦିଆ ପ୍ରସାଦ ସେବନ କରୁଥିବା ଦୃଶ୍ୟ ଫଟୋରେ ଦେଖାଯାଉଛି।  ସିସୋଦିଆ କହିଛନ୍ତି ଯେ, ସେମାନେ ମତେ ଗିରଫ କରିବେ। ପ୍ରଥମେ ସେମାନେ ମୋ ଘରେ ଚଢ଼ଉ କଲେ। କିଛି ପାଇଲେ ନାହିଁ। ତା’ପରେ ମୋ ବ୍ୟାଙ୍କ୍‌ ଲକର୍‌ ତଲାସ କଲେ। ମାମଲା ମିଥ୍ୟା ବୋଲି ଜାଣି ସୁଦ୍ଧା ପଚରାଉଚରା କରିବା ଲାଗି ସେମାନେ ମୋ ଗାଁକୁ ଯାଇଥିଲେ।

Leave A Reply

Your email address will not be published.