ଜୟପୁର(୩.୧୦.୨୨) : ଚାଇନା ଯାଉଥିବା ଏକ ଇରାନ ବିମାନ ଭିତରେ ବୋମା ଥିବା ସୂଚନା ମିଳିବା ପରେ ଭାରତୀୟ ବାୟୁସେନା ଆଲର୍ଟ ହୋଇଛି । ରାଜସ୍ଥାନର ଜୋଧପୁର ଆକାଶରେ ଯାତ୍ରା କରୁଥିବା ଏହି ବିମାନକୁ ପିଚ୍ଛା କରିଛି ଭାରତୀୟ ବାୟୁ ସେନା । ଭାରତୀୟ ବାୟୁସେନାର ଦୁଇ ଯୁଦ୍ଧ ବିମାନ ଏହି ଇରାନ ଜାହାଜରୁ ରୋକିବାକୁ ପିଛା କରିଛନ୍ତି । ଉକ୍ତ ଇରାନ ବିମାନରେ ବୋମା ଥିବା ଗୋଇନ୍ଦା ସୂତ୍ରରୁ ଖବର ମିଳିବା ପରେ ଭାରତୀୟ ବାୟୁ ସେନା ପକ୍ଷରୁ ଦୁଇଟି ଫାଇଟର ଜେଟ ଏହି ବିମାନକୁ ଘେରାବନ୍ଦୀ କରିବା ଆରମ୍ଭ କରିଛି । ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି । ଏହି ବିମାନଟି ଦିଲ୍ଲୀ ବିମାନ ବନ୍ଦରରେ ଅଟକିବାକୁ ଅନୁମତି ମାଗିଥିଲା । ହେଲେ ବିମାନ ବନ୍ଦର ପକ୍ଷରୁ ଆଗ୍ରାହ୍ୟ କରାଯାଥିଲା । ଏହା ପରେ ଦୁଇ ଭାରତୀୟ ବିମାନକୁ ଏହା ପଛରେ ମୁତୟନ କରାଯାଇଥିଲା । କାଳେ କିଛି ଅଘଟଣ ଘଟିବ ସେ ଆଶଙ୍କାରେ ଚାଇନା ଅଭିମୁଖେ ଯାତ୍ରା କରୁଥିବା ଉକ୍ତ ବିମାନର ଗତିବିଧି ଉପରେ କଡା ନଜର ରଖାଯାଇଥିଲା । ଏଥିପାଇଁ ଭାରତୀୟ ଆକାଶ ବାହିନୀର ସମସ୍ତ ଷ୍ଟେସନ ଏବଂ ବେସାମରିକ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଆଲର୍ଟ ରଖାଯାଇଥିଲା ।

ବିମାନ ଭିତରେ ବୋମା
- Post published:October 3, 2022
- Post category:ଦେଶ-ବିଦେଶ
- Reading time:1 mins read
Tags: Jaipur