ଆନନ୍ଦପୁର୦୪/୦୪, ନୂଆ ବୁଲେଟ କିଣି ମନ୍ଦିରକୁ ପୂଜା କରିବା ପାଇଁ ଆସିଥିଲେ। ରବିଚନ୍ଦ୍ର ନାମକ ଜଣେ ଯୁବକ ବୁଲେଟ କିଣି ଅବିରତ ୩୮୭କିଲୋମିଟର ଗାଡ଼ି ଚଳାଇ ନେଟ୍ଟୀକାନ୍ତି ଅଞ୍ଜନାୟା ସ୍ଵାମୀ ମନ୍ଦିରକୁ ଆସିଥିଲେ। ହେଲେ ପାର୍କିଂରେ ରଖାଯାଇଥିବା ବେଳେ ବୁଲେଟ ନିଆଁ ଲାଗି ଫାଟିଗଲା । ଏହି କାରଣରୁ ଇଞ୍ଜିନ ଗରମ ହୋଇ ବିସ୍ଫୋରଣ ଘଟିଥିବା କୁହାଯାଉଛି। ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ।
ସୂଚନା ମୁତାବକ, ରବିଚନ୍ଦ୍ର ମନ୍ଦିର ବାହାରେ ବୁଲେଟ ରଖି ମନ୍ଦିର ଭିତରକୁ ଯିବାପରେ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ପ୍ରଥମେ ଗାଡ଼ିରେ ନିଆଁ ଲାଗୁଛି। ଏହା ପରେ ବୁଲେଟଟିରେ ପେଟ୍ରୋଲ ଟାଙ୍କି ଫାଟି ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଉଛି। କିଛି ସମୟ ପରେ ସେଠାରେ ଥିବା ଲୋକେ ନିଆଁ ଲିଭାଇବା ପାଇଁ ଗାଡ଼ିରେ ପାଣି ପକାଉଛନ୍ତି। ରବିଚନ୍ଦ୍ର ଅବିରତ ୩୮୭କିଲୋମିଟର ଗାଡ଼ି ଚଳାଇ ଆସିଥିବାରୁ ଇଞ୍ଜନ ଗରମ ହୋଇ ଏଭଳି ବିସ୍ଫୋରଣ ଘଟିଥାଇପାରେ ବୋଲି ଉପସ୍ଥିତ ଥିବା ଲୋକେ କହିଛନ୍ତି।ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ିନାହିଁ।
ଜାଣନ୍ତୁ ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରିବାର ଫାଇଦାଭୁଲରେ ବି ମଙ୍ଗଳବାର ଦିନ କରନ୍ତୁ ନାହିଁ ଏହିସବୁ କାମ, ଦେଖାଦେଇପାରେ ସମସ୍ୟାମହିଳାମାନଙ୍କ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର କରେ ଅମୃତଭଣ୍ଡା, ଜାଣନ୍ତୁ କ’ଣ?ମଧୁମେହ ରୋଗୀ କରନ୍ତୁ ଏହି ଚା’ର ସେବନଉଡୁଥିବା ହୋଟେଲANS [email protected]କର୍ଡନରେ ପଶି ରଥ ଛୁଇଁଲେ ମାଳ ମାଳ ଅଣଓଡ଼ିଆ,ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟାଆସୁଛି ଲଘୁଚାପଚଳିତ ଅଧିବବେଶନରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ