You are currently viewing ରୁହନ୍ତୁ ସାବଧାନ! ଏହି ସବୁ କାରଣରୁ ହୋଇପାରେ ହୃଦ୍‌ଘାତ

ରୁହନ୍ତୁ ସାବଧାନ! ଏହି ସବୁ କାରଣରୁ ହୋଇପାରେ ହୃଦ୍‌ଘାତ

ସୁସ୍ଥ ଶରୀର ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସର୍ବଦା ଖାଦ୍ୟପେୟ ଉପରେ ଧ୍ୟାନ ରଖିବା ଜରୁରୀ। କିନ୍ତୁ ବେଳେ ବେଳେ ଜାଣତରେ ହେଉ କିମ୍ବା ଅଜାଣତରେ ଭୁଲ ଖାଦ୍ୟ ପାନୀୟ ପାଇଁ ଆମକୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଏପରିକି ସାମାନ୍ୟ ଖାଦ୍ୟରୁ ବି  ହୃଦଘାତ ହେବାର ସମସ୍ୟା ଦେଖାଯାଇଥାଏ। ଏନେଇ ହୃଦଘାତକୁ ଏଡାଇବା ପାଇଁ ଆମକୁ ନିଜର ଖାଦ୍ୟଗତ ଶୈଳୀକୁ ବଦଳାଇବା ନିହାଁତି ଆବଶ୍ୟକ। ସେହିଭଳି ମଣିଷ ଶରୀର ପାଇଁ ଆବଶ୍ୟକୀୟ ପୋଷକ ତତ୍ୱ ଓ ଅମ୍ଲଜାନ ନିହାତି ଆବଶ୍ୟକ।

ବିଶେଷଜ୍ଞମାନଙ୍କ କହିବାନୁଯାୟୀ ଖାଦ୍ୟରେ ଅଧିକ ମାତ୍ରାରେ ଲୁଣ ମଣିଷକୁ ହୃଦଘାତର ନିକଟତର କରାଇଥାଏ, ଯାହା ମଣିଷର ଜୀବନ ମଧ୍ୟ ନେବାକୁ ପଛାଇ ନଥାଏ । ଏଥିପାଇଁ ଖାଦ୍ୟରେ କମ୍ ଲୁଣ ବ୍ୟବହାର କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ବୈଜ୍ଞାନିକମାନଙ୍କ ଗବେଷଣାରୁ ପ୍ରକାଶ ପାଇଥିବା ଏକ ତଥ୍ୟ ଅନୁଯାୟୀ କମ୍‌ ପରିମ‌ାଣର ସୋଡିୟମ୍‌ ଗ୍ରହଣ କରୁଥିବା ବ୍ୟକ୍ତି ହୃଦଘାତ ପରି ସମସ୍ୟାରୁ ଦୂରେଇ ରହିଥାନ୍ତି।

ଅଧିକ ପରିମାଣରେ ଲୁଣ ଖାଇଲେ ଏହା କେବଳ ହୃଦ୍‌ରୋଗ ନୁହେଁ ବରଂ ରକ୍ତଚାପ ଓ ‌ହାର୍ଟଷ୍ଟ୍ରୋକ୍‌ ପରି ସମସ୍ୟାର ମଧ୍ୟ କାରଣ ବନିଥାଏ। ବେଳେ ବେଳେ ଏହା କର୍କଟ ଓ ଯତ୍କୃତ ରୋଗର କାରଣ ମଧ୍ୟ ହୋଇଥାଏ।

ଏହିକାରଣରୁ ହୃଦ୍‌ରୋଗରୁ ବଞ୍ଚିବା ପାଇଁ ଆପଣଙ୍କୁ କେବଳ ଲୁଣ ନୁହେଁ ବରଂ ମସଲାଜାତୀୟ ଖାଦ୍ୟରୁ ବି ନିଜକୁ ଦୁରେଇ ରଖିବାକୁ ପଡ଼ିବ। କାରଣ ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ଖାଇଲେ ମଧ୍ୟ ହୃଦ୍‌ରୋଗ ସମସ୍ୟା ଦେଖାଯାଇଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।