You are currently viewing ବିଲେଇ ସହ ଯୋଗୀଙ୍କ ଆଲୋଚନା

ବିଲେଇ ସହ ଯୋଗୀଙ୍କ ଆଲୋଚନା

ଲକ୍ଷ୍ନୌ(୧୮.୦୧.୨୩) : ଭିନ୍ନ ରୂପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତାଙ୍କ ଏହି ନୂଆ କଥାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ । ମୁଖ୍ୟମନ୍ତ୍ରୀଙ୍କର ଏହି ଭିଡିଓ ଦେଖି ସମସ୍ତେ ପ୍ରଶଂସା କରିଛନ୍ତି । ଯୋଗୀ ଆଦିତ୍ୟନାଥଙ୍କ ସାମ୍ନାକୁ ଆସିଥିବା ଭିଡିଓରେ ସେ ଏକ ବିଲେଇ ସହ କଥା ହେଉଥିବା ଦେଖିବାକୁ ମିଳିଛି। ସୋଫା ଉପରେ ବସିଥିବା ବିଲେଇ ସହ ମୁଖ୍ୟମନ୍ତ୍ରୀ ଠିଆ ହୋଇ ଆଲୋଚନା କରୁଛନ୍ତି। କ’ଣ ଖାଇବୁ ବୋଲି ସେ ବିଲେଇକୁ ବାରମ୍ବାର ପ୍ରଶ୍ନ କରୁଛନ୍ତି। ବିଲେଇ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏହି ଭଲପାଇବା ଦେଖି ଲୋକେ ଖୁସି ହୋଇଯାଇଛନ୍ତି। ଯୋଗୀ ଆଦିତ୍ୟନାଥଙ୍କ ଏହି ଭିଡିଓକୁ ଜଣେ ଟ୍ୱିଟର ୟୁଜର୍ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଭିଡିଓ ପୋଷ୍ଟ ହେବା ସଙ୍ଗେ ସଙ୍ଗେ ଏହା ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।