You are currently viewing ଜନ୍ମ ହେଉ ହେଉ ଡାକ୍ତରଙ୍କ ସହ ନବଜାତ ଶିଶୁ କଲା ଏପରି, ଲୋକ କହିଲେ ‘ଆଶାର ଆଲୋକ’

ଜନ୍ମ ହେଉ ହେଉ ଡାକ୍ତରଙ୍କ ସହ ନବଜାତ ଶିଶୁ କଲା ଏପରି, ଲୋକ କହିଲେ ‘ଆଶାର ଆଲୋକ’

ଦୁବାଇ,ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମଜାଳିଆ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ । ଏହିପରି ଏକ ଘଟଣା ଦୁବାଇର ଏକ ଡାକ୍ତରଖାନାରେ ଦେଖିବାକୁ ମିଳିଛି । ନିକଟରେ ଏକ ନବଜାତ ଶିଶୁ ଡାକ୍ତରଙ୍କ ମାସ୍କ ଟାଣୁଥିବାର ଚିତ୍ର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଦୁବାଇର ଜଣେ ଡାକ୍ତର ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ନବଜାତ ଶିଶୁର ଫଟୋ ସେୟାର କରିଥିଲେ । ଯେଉଁଥିରେ ଦେଖିବାକୁ ମିଳୁଛି କି ଶିଶୁଟି ଡାକ୍ତରଙ୍କ ମାସ୍କ ଟାଣୁଛି ।
ଏହି ଫଟୋଟିକୁ ଡାକ୍ତର ବର୍ତ୍ତମାନ ପରିସ୍ଥିତି ସହ ସମ୍ପର୍କ କରି ଫଟୋକୁ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ପ୍ରତ୍ୟେକ ଲୋକ ଏବେ ଏକ ଚିହ୍ନ ଚାହୁଁଛନ୍ତି କି ସେମାନେ ନିଜର ମାସ୍କକୁ କାଢ଼ିପାରିବେ । ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ଲୋକମାନେ ଏହାକୁ ‘ଆଶାର ଆଲୋକ’ ବୋଲି କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।