କୋଭିଡ୍-୧୯ ହଟ୍ସ୍ପଟ୍ ସିଟି ଘୋଷିତ ୬ଟି ସହରରୁ କୋଲକାତାକୁ ବିମାନ ଚଳାଚଳ ଅଗଷ୍ଟ ୧୫ ଯାଏ ବନ୍ଦ ରହିବ ବୋଲି ଗୁରୁବାର ଘୋଷଣା କରାଯାଇଛି। ଏହି ୬ଟି ସହର ହେଉଛି- ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ନାଗପୁର, ଅହମ୍ମଦାବାଦ ଏବଂ ପୁନେ। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ପରବର୍ତ୍ତୀ ଲକ୍ଡାଉନ୍ ଅର୍ଥାତ୍ ୧୫ ତାରିଖ ମଧ୍ୟରେ ପଶ୍ଚିମବଙ୍ଗକୁ ଏହି ୬ ସହରରୁ ବିମାନ ଚଳାଚଳ ରଦ୍ଦ କରାଯାଇଛି। ପୂର୍ବରୁ ଚଳିତ ମାସ ୬ ତାରିଖ ପର୍ଯ୍ୟନ୍ତ ଏହିସବୁ ସହରରୁ ବିମାନ ଚଳାଚଳ ବନ୍ଦ ରହିଥିଲା। ସମ୍ପ୍ରତି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପୁନର୍ବାର ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ଅଧିକ ୨ ସପ୍ତାହ ବିମାନ ଚଳାଚଳ ରଦ୍ଦ କରାଯାଇଛି।
