You are currently viewing ପୋଲିସର ଗୁଳିଚାଳନାରେ ସାଧାରଣ ମହିଳା ମୃତ

ପୋଲିସର ଗୁଳିଚାଳନାରେ ସାଧାରଣ ମହିଳା ମୃତ

ଡେରାଡୁନ (୧୩.୧୦.୨୨) : ଜଣେ ଖଣିମାଫିଆକୁ ଧରିବାକୁ ଯାଇଥିବା ପୋଲିସ ଅଭାବନୀୟ ଘଟଣାର ଶିକାର ହୋଇଛି । ଏପରିକି ସାଧା ପୋଷାକରେ ଥିବା ପୋଲିସ ସ୍ଥାନୀୟ ଲୋକେ ବନ୍ଧୁକ ରଖି ଫାୟାରିଂ କରିଥିଲେ । ତେବେ ଉଭୟ ପକ୍ଷଙ୍କ ଗୁଳିଚାଳନା ଯୋଗୁଁ ଜଣେ ସାଧାରଣ ମହିଳାଙ୍କ ମୃତ୍ୟୁ ହୋଇଛି ।

ଏହା ସହିତ ୫ ଜଣ ପୋଲିସ କର୍ମୀ ଗୁରୁତ୍ୱର ହୋଇଛନ୍ତି । ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି । ରାଜପଥ ଅବରୋଧ ହୋଇଛି । ଏହି ଘଟଣା ଉତ୍ତରାଖଣ୍ଡର କାଶୀପୁରରେ ଘଟିଛି । ପୋଲିସର ସୂଚନା ଅନୁସାରେ ମୁରାଦାବାଦ ପୋଲିସ ଜାଫର ନାମକ ଖଣି ମାଫିଆକୁ ଗୋଡାଇ ଗୋଡାଇ ଉତ୍ତରପ୍ରଦେଶରୁ ଉତ୍ତରାଖଣ୍ଡ କାଶୀପୁରରେ ପ୍ରବେଶ କରିଥିଲା । ଜାଫର ଉପରେ ୫୦ ହଜାର ଟଙ୍କାର ପୁରସ୍କାର ଥିଲା ।

ସାଦା ପୋଷାକରେ ଥିବା ୟୁପି ପୋଲିସ ଟିମ କାଶୀପୁରରେ ପହଞ୍ଚିବା ବେଳକୁ ଜାଫର ଏକ ଘରେ ଲୁଚି ଯାଇଥିଲା । ଏହା ଦେଖିବା ପରେ ପୋଲିସ ସେହି ଘରକୁ ପସିବାକୁ ଚେଷ୍ଟା କରିଥିଲେ । ଏହା ପରେ ସ୍ଥାନୀୟ ଲୋକେ ପୋଲିସକୁ ବନ୍ଧକ ରଖିଥିବା ବେଳେ ଉଭୟ ପକ୍ଷରେ କ୍ରସ ଫାୟାରିଂ ହୋଇଥିଲା । ଏଥିରେ ୫ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣଙ୍କ ଦେହରେ ଗୁଳି ବାଜିଥିବା ବେଳେ ଜଣେ ସାଧାରଣ ମହିଳାଙ୍କ ମୃତ୍ୟୁ ହୋଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।