ଅମୃତସର (୧୪.୧୦.୨୨) : ପାକିସ୍ତାନକୁ ଲାଗିଛି ବଡ ଝଟକା । ପୁଣିଥରେ ପାକିସ୍ତାନର ଭାରତ ବିରୋଧୀ ଷଡଯନ୍ତ୍ର ନଷ୍ଟ ହୋଇଛି । ଡ୍ରୋନ ଦ୍ୱାରା ଭାରତୀୟ ସୀମା ଉପରେ ନଜର ଓ ଆତଙ୍କବାଦୀଙ୍କୁ ସହାୟତା କରୁଥିବା ପାକିସ୍ତାନକୁ ଆଜି ଝଟକା ଲାଗିଛି ।

ବିଏସଏଫ ଯବାନମାନେ ଅମୃତସର ସ୍ଥିତ ଭାରତ-ପାକିସ୍ତାନ ସୀମା ନିକଟରେ ଉଡୁଥିବା ଗୋଟିଏ ଡ୍ରୋନକୁ ଗୁଳିକରି ଖସାଇ ଦେଇଛନ୍ତି । ଏହି ଡ୍ରୋନ ପାକିସ୍ତାନ ପଟୁ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲା । ଆଜି ଭୋର ସମୟରେ ପାକିସ୍ତାନ ଡ୍ରୋନ ଶାହପୁର ବର୍ଡର ଆଉଟ ପୋଷ୍ଟ ନିକଟ ଭାରତୀୟ ସୀମାରେ ବୁଲୁଥିବା ବିଏସଏଫ ଯବାନମାନେ ଦେଖିଥିଲେ ।

ଏହା ପରେ ଜଣେ ବିଏସଏଫ ଜବାନ ଏହି ଡ୍ରୋନକୁ ଗୁଳିକରି ଖସାଇଥିଲେ । ପାକିସ୍ତାନ ରେଞ୍ଜର୍ସ ବର୍ଡର ପୋଷ୍ଟର ଦେଓରି ଫରୱାର୍ଡରୁ ଏହି ଡ୍ରୋନଟି ଭାରତକୁ ପଠା ଯାଇଥିଲା । ଏହି ଡ୍ରେନକୁ ଗୁଳି କରିବା ପରେ ସବୁ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳି ନାହିଁ । ପୂର୍ବରୁ ପାକିସ୍ତାନ ନିଶା ଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ଭାରତକୁ ପଠାଯିବା ଦେଖିବାକୁ ମିଳିଥିଲା ।