କମୁଛି ସଂକ୍ରମଣ; ଦେଶରେ ଦିନକରେ ୨.୬୭ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ-୧୯.୦୫.୨୦୨୧, ଦେଶରେ କମିଲା ସଂକ୍ରମଣ । ଦେଶରେ ଦିନକରେ ୨ ଲକ୍ଷ ୬୭ ହଜାର ୩୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା୨ କୋଟି ୫୪ ଲକ୍ଷ ୯୬ ହଜାର ୩୩୦କୁ ବୃଦ୍ଧି ପାଇଛି । ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ସର୍ବାଧିକ ୪,୫୨୯ ଜଣଙ୍କ ଜୀବନ । ଏହାକୁ ମିଶାଇ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୮୩ ହଜାର ୨୪୮କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ଟିଭ କେସ୍- ୩୨୨୬୭୧୯, ସମୁଦାୟ ସୁସ୍ଥ ସଂଖ୍ୟା ୨ କୋଟି ୧୯ ଲକ୍ଷ ୮୬ ହଜାର ୩୬୩, ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.