24 ଘଣ୍ଟାରେ କୋରୋନା ନେଲା 1341 ଜୀବନ

ନୂଆଦିଲ୍ଲୀ, ପୁଣି ରେକର୍ଡ କଲା କରୋନା । ଦେଶରେ ଦିନକରେ 2 ଲକ୍ଷ 34 ହଜାର 692 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା 1 କୋଟି 45 ଲକ୍ଷ 26 ହଜାର 609କୁ ବୃଦ୍ଧି ପାଇଛି । ଦେଶରେ 24 ଘଣ୍ଟାରେ କୋରୋନା ନେଲା 1341 ଜଣଙ୍କ ଜୀବନ । ଏହାକୁ ମିଶାଇ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 75 ହଜାର 649କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ଟିଭ କେସ୍- 16,79, 740, ସୁସ୍ଥ ସଂଖ୍ୟା 1,26,71,220 । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.