ଆସନ୍ତାବର୍ଷ ପହିଲାରୁ ଭାରତରେ ମିଳିବ କରୋନା ଟିକା!

ନୂଆଦିଲ୍ଲୀ, ଆସନ୍ତା ବର୍ଷ ପହିଲା ସୁଦ୍ଧା ଭାରତରେ କରୋନା ପ୍ରତିଷେଧକ ଭାବେ ବ୍ୟବହାର ଉପଯୋଗୀ ଟିକା ମିଳିଯିବ ବୋଲି ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ମୁଖ୍ୟ ଆଦର ପୁନୱାଲା କହିଛନ୍ତି । ସେରମ୍‌ ଇନଷ୍ଟିଚ୍ୟୁଟ୍‌ରେ ବ୍ରିଟେନସ୍ଥିତ ଅକ୍ସଫୋର୍ଡ ଟିକାର ଏକ ବୃହତ ଭାଗ ଉତ୍ପାଦନ ହେବ । ବ୍ରିଟେନରୁ ଯଦି ଟିକାକୁ ଅନୁମତି ମିଳିଯିବ ତେବେ ଜାନୁଆରୀ ସୁଦ୍ଧା ଟିକା ମିଳିପାରିବ ବୋଲି ସେ ପ୍ରକାଶ କରିଛନ୍ତି । ଭାରତରେ ଅକ୍ସଫୋର୍ଡ ଟିକାର ପରୀକ୍ଷଣ ଜାରି ରହିଛି ।  ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ପ୍ରସ୍ତୁତ ହେବାକୁ ଥିବା ଟିକା ମୁଖ୍ୟତଃ ଗରିବ ଏବଂ ମଧ୍ୟବିତ୍ତ ଦେଶମାନଙ୍କୁ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.