ନୂଆଦିଲ୍ଲୀ (୪.୧୦.୨୨) : ମେଘାଳୟର ନୂତନ ରାଜ୍ୟପାଳ ଭାବେ ମଙ୍ଗବାର ସପଥ ଗ୍ରହଣ କରିଛନ୍ତି ବିଡି ମିଶ୍ର । ପୂର୍ବତନ ଭାରତୀୟ ସେନାରେ ବ୍ରିଗେଡିୟର ଭାବେ କାର୍ଯ୍ୟ କରିଥିବା ଶ୍ରୀ ମିଶ୍ର ୨୦୧୭ରୁ ଅରୁଣାଚଳପ୍ରଦେଶର ରାଜ୍ୟପାଳ ଭାବେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି । ବ୍ରିଗେଡିୟର ମିଶ୍ରଙ୍କୁ ପଡେଶୀ ରାଜ୍ୟ ମେଘାଳୟର ଅତିରିକ୍ତ ଦାୟୀତ୍ୱ ଦିଆଯାଇଛି । ଶପଥ ଗ୍ରହଣ ସମାରୋହରେ ବିଧାନସଭା ବାଚସ୍ପତିଙ୍କ ସମେତ କ୍ୟବିନେଟର ଅନ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୂତନ ରାଜ୍ୟପାଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଶପଥ ନେଲେ ବି ଡି ମିଶ୍ର
- Post published:October 4, 2022
- Post category:ଦେଶ-ବିଦେଶ
- Reading time:1 mins read
Tags: b d mishra