ଆଜି ହେବ ନିର୍ବାଚନ ତାରିଖ ଘୋଷଣା

ଦିଲ୍ଲୀ୦୯/୦୬, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ଶେଷ ହୋଇଯାଉଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଦେଶ ଜଣେ ନୂତନ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରାଇବ । ଜୁଲାଇ ୨୫ ତାରିଖରେ ଶେଷ ହେବାକୁ ଯାଉଛି ବର୍ତ୍ତମାନ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଅବଧି । ମିଳିଥିବା ସୂଚନା ମୁତାବକ ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ଇ.ସି.ଆଇ ତାରିଖ ଘୋଷଣା କରିବେ । ଏ ସଂପର୍କରେ ଆଜିଅପରାହ୍ନ ୩ଟାରେ ଭାରତୀୟ ନିର୍ବାଚନ କମିଶନ ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ଦେବେ । ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ ତା’ର ଅବଗଣନା ଆଜିଠାରୁ ଆରମ୍ଭ ହେବ । ପରବର୍ତ୍ତୀ ରାଷ୍ଟ୍ରପତି ପଦବୀ ପାଇଁ ଅନେକ ବ୍ୟକ୍ତିବିଶେଷଙ୍କ ନାମ ଚର୍ଚ୍ଚା ଚାଲିଥିବା ବେଳେ ପ୍ରକୃତରେ ରାଷ୍ଟ୍ର ମୁଖ୍ୟ କିଏ ହେବ ତାହା ନିର୍ବାଚନ ପରେ ଜଣାପଡିବ ।

Leave A Reply

Your email address will not be published.

fifteen + two =