ନୂଆଦୀଲ୍ଲୀ(୨୬.୧.୨୩) : ଦୁଇ ବର୍ଷର ପ୍ରତିବନ୍ଧକ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫେସବୁକ ଓ ଇଷ୍ଟାଗ୍ରାମ ଆକାଉଣ୍ଟ ଅନଲକ ହେବାକୁ ଯାଉଛି । ଏନେଇ ମେଟା ପକ୍ଷରୁ ଘୋଷଣା କରାଯାଇଛି । ସୂଚନା ଥାଉକି ୨୦୨୧ ଜାନୁଆରୀ ୬ ତାରିଖରେ କ୍ୟାପିଟଲ ଦଙ୍ଗା ପରେ ମେଟା ପକ୍ଷରୁ ଟ୍ରମ୍ପଙ୍କ ଇନଷ୍ଟ୍ରାଗ୍ରାମ ଓ ଫେସବୁକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ମେଟା ହେଉଛି ଫେସବୁକ ଓ ଇନଷ୍ଟାଗ୍ରାମର ମୂଳ କମ୍ପାନୀ ।ମେଟାର ବ୍ୟବସାୟିକ ମାମଲାର ଅଧ୍ୟକ୍ଷ ନିକ କ୍ଲେଗ ବୁଧବାର ଦିନ କହିଛନ୍ତି କି ଟ୍ରମ୍ପଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବା ଏକ ଅସାଧାରଣ ପରିସ୍ଥିିତିର ଏକ ଅସାଧାରଣ ନିଷ୍ପତ୍ତି ଥିଲା । । ସେ ଆହୁରି କହିଛନ୍ତି କି ଜନତା ଜାଣିବା ଦରକାର କି ନେତା କଣ କହୁଛନ୍ତି । ଏହା ଫଳରେ ଜନତାମାନେ ଯୁକ୍ତିଯୁକ୍ତ ନିଷ୍ପତ୍ତି ନେଇପାରିବେ ।କ୍ଲେଗ କହିଛନ୍ତି କି କମ୍ପାନୀର ନୂଆ ସମାଚାର ଯୋଗ୍ୟ ସାମଗ୍ରୀ ନୀତି ମୁତାବକ ଯଦି କମ୍ପାନୀ ଅନୁଭବ କରିବ କି, ଟ୍ରମ୍ପ ଏଭଳି ବୟାନ ଦେଉଛନ୍ତି ଯାହା ସମ୍ଭାବିତ କ୍ଷତି ବଢାଇପାରେ, ତେବେ ଏଭଳି ପୋଷ୍ଟ ଉପରେ ମେଟା ତରଫରୁ ପ୍ରତିବନ୍ଧକ ଲଗାଯିବ । କ୍ଲେଗଙ୍କ ମତରେ ଫେସବୁକ ଓ ଇନଷ୍ଟାଗ୍ରାମ ଲୋକଙ୍କୁ କହିବାର ସୁଯୋଗ ଦେଉଛି । ହେଲେ ଏହି କହିବା ତଥ୍ୟାତ୍ମକ ହେବା ଆବଶ୍ୟକ ।
ରାଜ୍ୟବାସୀଙ୍କ ପାଇଁ ଉତ୍କଳ ଦିବସ ଭେଟିନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚ