ଦ୍ରୌପଦୀ ହେଲେ ଦେଶର ପ୍ରଥମ ନାଗରିକ

ଦିଲ୍ଲୀ (୨୧/୦୭), ଦେଶର ପ୍ରଥମ ନାଗରିକ ହେବାର ସୌଭାଗ୍ୟ ଲାଭ କଲେ ଓଡ଼ିଶାର ଆଦିବାସୀ ମହିଳା ନେତ୍ରୀ ଦ୍ରୌପଦୀ ମୁର୍ମୁ । ରାଇରଙ୍ଗପୁର ରୁ ରାଇସିନା ହିଲ ରାସ୍ତା ଥିଲା ଦ୍ରୌପଦୀ ଙ୍କ ପାଇଁ ଘଟଣା ବହୁଳ ।ତାଙ୍କର ପ୍ରତିଦ୍ବନ୍ଦୀ ଥିବା ବିରୋଧୀ ଦଳର ପ୍ରାର୍ଥୀଙ୍କ ଠାରୁ ଶ୍ରୀମତୀ ମୁର୍ମୁ ପଚାଶ ପ୍ରତିଶତ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।ତୃତୀୟ ରାଉଣ୍ଡ ଗଣତି ରେ ଶ୍ରୀମତୀ ମୁର୍ମୁ ଙ୍କ ବିଜୟ ହୋଇଥିବା ଜଣାଯାଇଛି ।ରାଷ୍ଟ୍ରପତି ନିର୍ବାଚିତ ହେବାପରେ ଦ୍ରୌପଦୀଙ୍କ ଦିଲ୍ଲୀ ସ୍ଥିତ ବାସଭବନ କୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଫୁଲତୋଡା ଦେଇ ଅଭିନନ୍ଦନ ଜଣାଇଛନ୍ତି ।ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଶ୍ରମତୀ ମୁର୍ମୁ ଙ୍କୁ ଟୁଇଟ କରି ଅଭିନନ୍ଦନ ଜଣାଇଥିବା ଜଣା ପଡ଼ିଛି ।ଚଳିତ ମାସ ୨୫ତାରିଖରେ ଦ୍ରୌପଦୀ ଭାରତ ର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ।

Leave A Reply

Your email address will not be published.

2 × 3 =