ଏଏନଏସ : ପ୍ରବଳ ବର୍ଷା ହେତୁ ତେଲେଙ୍ଗାନା ସହିତ ଆନ୍ଧ୍ରପ୍ରଦେଶର ସ୍ଥିତି ବହୁତ ଖରାପ ରହିଛି। ଅନେକ ଅଞ୍ଚଳରେ ବନ୍ୟାର ପରିସ୍ଥିତି ଦେଖିବାକୁ ମିଳିଛି । ଆଜି ଜାତୀୟ ବିପର୍ୟ୍ୟୟ ମୁକାବିଲା ଫୋର୍ସ ଦଳ (NDRF) ଏବଂ ସ୍ଥାନୀୟ ଅଧିକାରଙ୍କ ପକ୍ଷରୁ ଖାଦ୍ୟ ପ୍ୟାକେଟ୍, ପାଣି ବୋତଲ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ବଣ୍ଟନ କରାଯାଇଛି । ହେଲିକପ୍ଟର ଏବଂ ଡ୍ରୋନ୍ ସାହାଯ୍ୟରେ କ୍ଷୟକ୍ଷତି ହୋଇଥିବା ସ୍ଥାନକୁ ଖାଦ୍ୟ ବିତରଣ କରାଯାଉଛି, ଯେଉଁଥିରେ ବିସ୍କୁଟ, ଫଳ, କ୍ଷୀର ଏବଂ ଔଷଧ ଅନ୍ତର୍ଭୁକ୍ତ ଅଛି ।
ଆନ୍ଧ୍ରପ୍ରଦେଶ ରାଜ୍ୟ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣ (APSDMA )ର ବିବୃତ୍ତି ଅନୁଯାୟୀ ମନ୍ତ୍ରୀ, ଆଇଏଏସ୍ ଅଧିକାରୀ ଏବଂ ଆଇପିଏସ୍ ଅଧିକାରୀମାନେ ରିଲିଫ୍ କାର୍ୟ୍ୟରେ ନିୟୋଜିତ ଅଛନ୍ତି। ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି ।
ଏପର୍ୟ୍ୟନ୍ତ ୪୩,୪୧୭ ପ୍ରଭାବିତ ଲୋକଙ୍କୁ ପୁନର୍ବାସ କେନ୍ଦ୍ରକୁ ନିଆଯାଇଛି। NDRF ଏବଂ SDRF ର ୪୮ ଟି ଟିମ୍ ରିଲିଫ୍ କାର୍ୟ୍ୟରେ ନିୟୋଜିତ ଅଛନ୍ତି। ଏହି ସମୟ ମଧ୍ୟରେ ୧୯୭ ଟି ମେଡିକାଲ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ଆନ୍ଧ୍ରପ୍ରଦେଶର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇ ବନ୍ୟାର ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ବିଜୟୱାଡା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି।