ପଶ୍ଚିମବଙ୍ଗରେ ଭୂମିକମ୍ପ

କୋଲକାତା, ଆଜି ସକାଳ ସମୟରେ ପଶ୍ଚିମବଙ୍ଗର ଜଲପାଇଗୁଡୀରେ କିଛି ମାତ୍ରାରେ ଭୂମିକମ୍ପ ଅନୁଭୂତ ହୋଇଛି । ପ୍ରାୟ ସକାଳ ୭ ଟା ୦୭ ମିନିଟ ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୪ ଥିବା ଜଣାପଡିଛି । ଏହି ଭୂମିକମ୍ପ ପ୍ରାୟ ୧୦ କିଲୋମିଟର ଯାଏ ଅନୁଭୂତ ହୋଇଥିବା ସୂଚନା ରହିଛି । ଅଲୀପୁରଦ୍ୱାର ଏବଂ କୁଚବିହାର ଜିଲ୍ଲାରେ ମଧ୍ୟ ସାମାନ୍ୟ ଭୂମିକମ୍ପ ଅନୁଭୂତ ହୋଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଗତକାଲି ଦେଶର ବିଭିନ୍ନ ରାଜ୍ୟ ଯଥା- ଆସାମ, ବିହାର, ପଶ୍ଚିମବଙ୍ଗ, ସିକିମ ଏବଂ ନେପାଳରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା ।

Leave A Reply

Your email address will not be published.