୩୫ ଟି ସ୍ଥାନରେ ଇଡିର ରେଡ

ନୂଆଦିଲ୍ଲୀ (୭.୧୦.୨୨) : ମଦନୀତିକୁ ନେଇ ଦିଲ୍ଲୀ- ଏନସିଆର, ପଞ୍ଜାବ ସମେତ ଦେଶର ୩୫ ଟି ସ୍ଥାନରେ ରେଡ ହୋଇଛି । ମଦ କରାବାର ବେଆଇନ ଟଙ୍କା କରବାର ହୋଇଥିବା ଅଭିଯୋଗରେ ଏହି ମାରାଥନ ରେଡ ହୋଇଛି । ଏହି ରେଡକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ଟ୍ୱିଟ୍‌ କରି କହିଛନ୍ତି ଯେ, ଗତ ୩ ମାସରେ ୫୦୦ରୁ ଊର୍ଦ୍ଧ୍ୱ ଚଢ଼ାଉ ହୋଇସାରିଲାଣି। ମନିଷ ସିସୋଦିଆଙ୍କ ବିରୋଧରେ  ୩୦୦ରୁ ଊର୍ଦ୍ଧ୍ୱ ସିବିଆଇ ଏବଂ ଇଡି ଅଫିସର ୨୪ ଘଣ୍ଟା କାମ କରୁଛନ୍ତି। ହେଲେ ସେମାନେ କିଛି ପାଉ ନାହାନ୍ତି । କାରଣ କୌଣସି ଅନିୟମମିତତା ହୋଇ ନାହିଁ। ସେମାନଙ୍କ ଘୃଣ୍ୟ ରାଜନୀତି ପାଇଁ ବହୁ ସଂଖ୍ୟାରେ ଅଫିସରଙ୍କ  ସମୟ ନଷ୍ଟ ହେଉଛି। ଦେଶ କିଭଳି ଆଗେଇ ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି। ଦିଲ୍ଲୀ ମଦ ନୀତିରେ ହୋଇଥିବା ଅନିୟମିତା ମାମଲାରେ ଆର୍ଥିକ ଦୁର୍ନୀତି ଅଭିଯୋଗରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ଦିଲ୍ଲୀ, ପଞ୍ଜାବ ଏବଂ ହାଇଦ୍ରାବାଦର ପ୍ରାୟ ୩୫ଟି ସ୍ଥାନରେ ଚଢ଼ଉ କରିଛି। ପୂର୍ବରୁ ସିବିଆଇ ଏତଲାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଦିଲ୍ଲୀର କେତେକ ଆଏଏଏସ ଅଧିକାରୀଙ୍କୁ  ଅଭିଯୁକ୍ତ ଦର୍ଶାଯାଇଛି। ଏହା ପରେ କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ମାରାଥନ ରେଡ ଚାଲିଛି ।  

Leave A Reply

Your email address will not be published.