କିବ୍ (୪.୧୦.୨୨) : ରୁଷ –ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାକୁ ଶାନ୍ତି ଯୋଜନାର ପ୍ରସ୍ତାବ ଦେଲେ ଆରବପତି ଏଲନ ମସ୍କ । ଯାହାକୁ ନେଇ ୟୁକ୍ରେନର ରାଷ୍ଟ୍ରପତି ଭ୍ମୋଦମିର ଜେଲେନସ୍କି ପ୍ରତିକ୍ରିୟାଶୀଳ ହୋଇ ପଡିଛନ୍ତି । ଏଲନ କରିଥିବା ଟ୍ୱିଟକୁ କାଉଣ୍ଟର କରି ସେ ଏକ ଟ୍ୱିଟ କରିଛନ୍ତି । ଯେଉଁଥିରେ ସେ ଲୋକଙ୍କ ମତର ଏକ ସର୍ବେକ୍ଷଣକୁ ଉପସ୍ଥାପିତ କରିଛନ୍ତି । ଜେଲେନସ୍କି ଟ୍ୱିଟ କରିଛନ୍ତି ଆପଣଙ୍କୁ କିଏ ପସନ୍ଦ । ଏଲନ୍ ମସ୍କ ? ଏଥିରେ ଦୁଇଟି ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଗୋଟଇଏ ପଟେ ଯେଉଁମାନେ ୟୁକ୍ରେନକୁ ସମର୍ଥନ କରୁଛନ୍ତି । ଅନ୍ୟ ପଟେ ଯେଉଁମାନେ ରୁଷକୁ ସମର୍ଥନ କରୁଛନ୍ତି । ଏହି ଦୁଇଟି ମଧ୍ୟରୁ ୟୁଜରମାନଙ୍କୁ ଗୋଟିଏ ବାଛିବାକୁ କହିଛନ୍ତି । ଟେଲସାର ସିଇଓ ଏଲନ୍ ନିକଟରେ ଏକ ସର୍ଭେ କରିଥିଲେ। ଯେଉଁଥିରେ ସେ ଡୋନାବାସ, କ୍ରିମିୟାରେ ରହୁଥିବା ଲୋକଙ୍କୁ ରୁଷ କିମ୍ବା ୟୁକ୍ରେନ୍ର ମଧ୍ୟରୁ କାହାର ଅଂଶ ହେବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ ପଚାରିଥିଲେ। ଏହାକୁ ପରୀକ୍ଷା କରି ଦେଖିବାକୁ ଆହ୍ୱାନ ଦେଇଥିଲେ। ଟ୍ୱିଟ ଜରିଆରେ ହଁ କିମ୍ବା ନାହିଁ ଜରିଆରେ ଭୋଟ ଦେବାକୁ କହିଥିଲେ। ସେହିପରି ଅନ୍ୟଏକ ଟ୍ୱିଟରେ ଏଲନ୍ ଲେଖିଥିଲେ ଯେ, ରୁଷର ଲୋକ ସଂଖ୍ୟା ୟୁକ୍ରେନ୍ ଠାରୁ ୩ ଗୁଣା। ତେଣୁ ଯୁଦ୍ଧରେ ୟୁକ୍ରେନ୍ର ବିଜୟ ସମ୍ଭାବନା ନାହିଁ। ଯଦି ଆପଣ ୟୁକ୍ରେନ୍ ଲୋକଙ୍କ ସୁରକ୍ଷା କଥା ଭାବୁଛନ୍ତି, ତେବେ ଶାନ୍ତିକୁ ଖୋଜନ୍ତୁ। ଏଥିସହ ଯୁଦ୍ଧ ଶେଷ କରିବାକୁ ଏକ ପ୍ଲାନ୍ ଥିବା ନେଇ ସେ ଏଠାରେ ସୂଚିତ କରିଥିଲେ।
ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତେ ମିଶି କାମ କରିବା: ନବୀନ ପଟ୍ଟନାୟକଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକରାଜଧାନୀରେ ଏନ୍କାଉଣ୍ଟରରୁକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତଆଜିଠାରୁ ଝଡ଼ବର୍ଷା ସମ୍ଭାବନାଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଖୋଲିଲା ନକଲି ସାର୍ଟିଫିକେଟ ଗୁମରପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠିରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରା