ସିଇଓ ପଦ ଛାଡିବେ ଏଲନ ମସ୍କ

ସାନ ଫ୍ରାନ୍ସିକୋ (୨୧.୧୨.୨୨) : ଖୁବ୍ ଶିଘ୍ର କାର୍ଯ୍ୟନିବାହୀ ଅଧିକାରୀ ପଦ ଛାଡିବେ । ଏ ନେଇ ଏଲନ ମସ୍କ ନିଜେ ଟ୍ୱିଟ କରିଛନ୍ତି । ଏହି ସ୍ଥାନରେ ଅନ୍ୟ ଜଣଙ୍କୁ ଦାୟୀତ୍ୱ ଦେବେ ବୋଲି କହିଛନ୍ତି । ଏଥି ପାଇଁ ସେ ଜଣେ ବୋକା ଲୋକକୁ ବାଛିବେ ବୋଲି କହିଛନ୍ତି । ତେବେ ତାଙ୍କ ଟ୍ୱିଟ ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଚାଲିଛି । ଏଥିସହ ଟ୍ୱିଟ୍‌ରେ ସେ ଆହୁରି ଲେଖିଛନ୍ତି, ସିଇଓ ପଦ ଛାଡ଼ିବା ପରେ ସେ ସଫ୍ଟୱେର ଓ ସରବର ଟିମ୍‌ର କାମ ଦେଖିବେ।ଟ୍ୱିଟର ମୁଖିଆ ପଦରୁ ସେ ହଟିଯିବା ଉଚିତ୍ କି ? ଏଭଳି ଏକ ପ୍ରଶ୍ନ ସେ ଚଳିତ ମାସ ୧୯ ତାରିଖରେ ଟ୍ୱିଟ୍‌ରେ ଲୋକଙ୍କୁ ପଚାରି ନିଜ ଗୋଡ଼ରେ କୁରାଢ଼ି ମାରିଥିଲେ। ଲୋକଙ୍କ ମତାମତ ମିଳିବା ପରେ ଆବଶ୍ୟକ ହେଲେ ସେ ମୁଖ୍ୟ ପଦରୁ ହଟିଯିବେ ବୋଲି ଲେଖିଥିଲେ। ମିଳିଥିବା ୧ କୋଟି ୭୫ ଲକ୍ଷରୁ ଅଧିକ ମରାମତ ମଧ୍ୟରୁ ୫୭.୫ ଲୋକ ହଁ ଓ ୪୨.୫ ନାଁରେ ଉତ୍ତର ଦେଇଥିଲେ। ଶେଷରେ ଆଜି ସକାଳେ ପ୍ରାୟ ୭ଟା ବେଳେ ସେ ଖୁବ୍‌ ଶୀଘ୍ର ଟ୍ୱିଟର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ(ସିଇଓ) ପଦ ଛାଡ଼ି ଦେବେ ବୋଲି ଟ୍ୱିଟ କରି ଲେଖିଛନ୍ତି।ଏବେ ଦେଖିବାର କଥା ଟ୍ୱିଟର ସିଇଓ ହେବା ପାଇଁ କେଉଁ ବୋକା ଲୋକକୁ ଏଲନ ନିଯୁକ୍ତ କରୁଛନ୍ତି।ସେପଟେ ଜଣାପଡ଼ିଛି ଯେ ସୋସିଆଲ ମିଡ଼ିଆରେ ଏଲନ ଜଡ଼ିତ ହେବା ପରେ ତାଙ୍କର ଅନ୍ୟ କାରବାର ବୁଝିବାରେ କମ୍ ମନଯୋଗ ଦେଉଛନ୍ତି। ଯାହାକୁ ନେଇ ବିଭିନ୍ନ ଫୋରମ୍‌ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.