ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି ଜାରି

ଦିଲ୍ଲୀ ୧୩/୦୭, ଶ୍ରୀଲଙ୍କାରେ ପରିସ୍ଥିତି ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଯାଉଛି । ରାଷ୍ଟ୍ରପତି ଗୋଟା ବାୟା ପଦବୀରୁ ଇସ୍ତଫା ନଦେଇ ଦେଶ ଛାଡି ଚାଲିଯାଇଥିବା ପ୍ରଚାର ହେବା ପରେ ଆନ୍ଦୋଳନକାରୀ ମାନେ ପ୍ରଧାମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରଧାନ ମନ୍ତ୍ରୀଙ୍କ ବାସଭବନ ଭିତରକୁ ଆନ୍ଦୋଳନକାରୀ ମାନେ ଧଶେଇ ପଶିବାକୁ ଚେଷ୍ଟା କରୁଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ପକ୍ଷରୁ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥବା ଜଣା ପଡିଛି ।

ପଶ୍ଚିମ ଶ୍ରୀଲଙ୍କା ପ୍ରୋଭେନ୍ସିରେ କର୍ଫ୍ୟୁ ଜାରି କରାଯାଇଥିବା ଜଣା ପଡିଥିବା ବେଳେ ଶ୍ରୀଲଙ୍କାର ପରିସ୍ଥିତି ଏବେବି ଉତ୍ତେଜନା ପୂର୍ଣ୍ଣ ରହିଛି । ରାଷ୍ଟ୍ରପତି ଗୋଟାବାୟା ପଦବୀରୁ ଇସ୍ତଫା ଦେଇ ନଥିବା ବାଚସ୍ପତି ସ୍ପଷ୍ଟ କରିବା ପରେ ଆନ୍ଦୋଳନକାରୀ ମାନେ କଲମ୍ବୋ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ରାଷ୍ଟ୍ରପତି ଦେଶ ଛାଡି ଚାଲିଯିବା ପରେ ଜରୁରୀ କାଳୀନ ପରିସ୍ଥିତି ଜାରି କରାଯାଇଛି ।

Leave A Reply

Your email address will not be published.

18 − four =