ଜେଲରୁ ମୁକୁଳିବେ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ

ନୂଆଦିଲ୍ଲୀ, ଦୀର୍ଘ ଚାରିବର୍ଷ ଧରି ଜେଲ୍ରେ ଥିବା ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳା ଆଜି ଜେଲରୁ ମୁକୁଳିବେ । ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ ଶଶିକଳା । ୬୬ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଥିଲା ଶଶିକଳାଙ୍କ ନାମରେ । ଜାନୁଆରୀ ୨୦ ତାରିଖରେ ଶଶିକଳା କୋଭିଡ୍ ସଂକ୍ରମିତ ଜଣାପଡ଼ିଥିଲା । ଏନେଇ ତାଙ୍କୁ ହସ୍ପିଟାଲରେ ଆଇସିୟୁରେ ରଖାଯାଇଥିଲା । ସୂଚନା ଅନୁସାରେ ଜେଲ ସମ୍ବନ୍ଧୀୟ କାଗଜପତ୍ର ସରିବା ପରେ ତାଙ୍କୁ ମୁକ୍ତ କରାଯିବ ।

Leave A Reply

Your email address will not be published.