ପ୍ରସିଦ୍ଧ ବ୍ରିଟିଶ ଚଳଚ୍ଚିତ୍ର ନିର୍ମାତା ଏବଂ ନିର୍ଦ୍ଦେଶକ ତଥା ଅଭିନେତା ମାଇକେଲ ଆପ୍ଟେଡଙ୍କ ଦେହାନ୍ତ


ମୁମ୍ବାଇ: ଆମେରିକା କାଲିଫର୍ନିଆର ଲସ୍ ଆଞ୍ଜେଲସରେ ଜାନୁୟାରୀ ୭ରେ ପ୍ରସିଦ୍ଧ ବ୍ରିଟିଶ ଚଳଚ୍ଚିତ୍ର ନିର୍ମାତା ଏବଂ ନିର୍ଦ୍ଦେଶକ ତଥା ଅଭିନେତା ମାଇକେଲ ଆପ୍ଟେଡଙ୍କ ୭୯ ବର୍ଷ ବୟସରେରେ ଦେହାନ୍ତ ହୋଇଥିଲା |
ମାଇକେଲ୍ ଆପ୍ଟେଡ୍, ଫେବୃଆରୀ ୧୦, ୧୯୪୧ ରେ ଇଂଲଣ୍ଡର ବକିଙ୍ଗହାମଶାୟରର ଆୟଲେସବେରୀରେ ମାଇକେଲ ଡେଭିଡ ଆପ୍ଟେଡ ଭାବରେ ଜନ୍ମଗ୍ରହଣ କରିଥିଲେ | ମାଇକେଲ୍ ଆପ୍ଟେଡ୍ ସିନେମା ଏବଂ ଟେଲିଭିଜନ ପାଇଁ ଖୁବ୍‌ ନାଁ ଅର୍ଜନ କରିଥିଲେ। ୧୯୯୦ ମସିହାରେ, ‘ଜେମ୍ସ ବଣ୍ଡ: ଦ ୱାର୍ଲ୍ଡ ଇଜ୍ ନଟ ଏନଫ୍’ର ନିର୍ଦ୍ଦେଶନା ଆପ୍ଟେଡ୍ ଦେଇଥିଲେ । ଏହା ବ୍ୟତୀତ ସେ ‘କୋଲ ମାଇନର୍ସ ଡଟର’ ଏବଂ ‘ଗୋରିଲାଜ ଇନ୍ ଦ ମିଷ୍ଟ’ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ।

ତାଙ୍କର ଚଳଚ୍ଚିତ୍ର ‘କୋଲ୍ ମାଇନର୍ସ ଡଟର’ ରେ ସଙ୍ଗୀତ ଏବଂ କମେଡି ବର୍ଗରେ ବେଷ୍ଟ ମୋସନ୍ ପିକ୍ଚର୍ ପାଇଁ ଗୋଲ୍ଡେନ୍ ଗ୍ଲୋବ୍ ଜିତିଥିଲେ। ଏଥି ସହିତ ଫିଲ୍ମର ଅଭିନେତ୍ରୀ ସିସି ସ୍ପେସକ ତାଙ୍କ ଭୂମିକା ପାଇଁ ଶ୍ରେଷ୍ଠ ଅଭିନେତ୍ରୀର ଓସ୍କାର ପୁରସ୍କାର ପାଇଥିଲେ।ସେ ପାଏଜ୍ ସିମ୍ପସନ୍, ଡାନା ଷ୍ଟିଭେନ୍ସ ଏବଂ ଜୋ ଆପ୍ଟେଡଙ୍କୁ ବିବାହ କରିଥିଲେ |

Leave A Reply

Your email address will not be published.