ନାସାରେ ରାଜ କରିବେ କୃଷକ ପୁଅ

କୁହାଯାଏ ଯେ, ବିଦ୍ୟା ସମସ୍ତଙ୍କ ପାଇଁ ସମାନ । ସେ ଛୋଟ ସରକାରୀ ସ୍କୁଲରୁ ହେଉ କିମ୍ବା ବଡ ବେସରକାରୀ ସ୍କୁଲ ହେଉ । ସଫଳତା ପାଇବା ପାଇଁ ପାଠ ପଢ଼ିବା ପାଇଁ ଆଗ୍ରହ ଓ ଦୃଢ଼ ଇଚ୍ଛାଶକ୍ତି ରହିବା ଦରକାର । ସେହିପରି କିଛି ଘଟଣା ଦେଖାଦେଇଛି ଉତ୍ତରାଖଣ୍ଡରେ । ଜଣେ କୃଷକଙ୍କ ପୁଅ ଗୁରଜିତ ସିଂ ଯେ କି ଜିଆଇସିରୁ ପଢ଼ି ବିଟେକ କରି ଭୁବନେଶ୍ୱରରେ ପିଏଚଡି ସାରିଥିଲେ । ଏବେ ତାଙ୍କୁ ନାସା ଯିବାକୁ ସୁଯୋଗ ମିଳିଛି । ସେ ନାସାରେ ଚାକିରି କରିବା ନେଇ ସ୍ୱପ୍ନ ଦେଖି ପାଠ ପଢ଼ିଥିଲେ ଏବଂ ବହୁତ ପରିଶ୍ରମ ପରେ ତାଙ୍କୁ ନାସାରେ ଜିପିଏଲ ପୋଷ୍ଟ ପ୍ରୋପଶ୍ଳନ ଲାବୋରେଟୋରୀ ରେ ପୋଷ୍ଟ ଡାଁକ୍ଟ୍ରଲ ସ୍କଲାରରେ ତାଙ୍କୁ ବଛାଯାଇଛି । ତାଙ୍କର ବାର୍ଷିକ ପ୍ୟାକେଜ ହେଉଛି ୫୫ଲକ୍ଷରୁ ଅଧିକ । ସେଥିପାଇଁ କୁହାଯାଏ ଯେ, ମନରେ ଏକାଗ୍ରତା ଥିଲେ କୌଣସି କାମ ଅସମ୍ଭବ ହୋଇନଥାଏ ।

Leave A Reply

Your email address will not be published.