ପଶ୍ଚିମବଙ୍ଗ ଗସ୍ତ ଉପରେ କଟକଣା

କୋଲକାତା-06.05.2021, କରୋନା ଏବେ ସର୍ଵତ୍ର ଆତଙ୍କ ସୃଷ୍ଟି କରିଛି। କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର । ଏନେଇ ଏବେ ପଶ୍ଚିମବଙ୍ଗ ଗସ୍ତ ଉପରେ ରୋକ ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର । ଦିଦିଙ୍କ ସରକାର ପଶ୍ଚିମ ବଙ୍ଗଳାକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ଗସ୍ତ ଉପରେ କଟକଣା ଲଗାଇଛନ୍ତି। ଯେଉଁ ଯାତ୍ରୀମାନେ ପଶ୍ଚିମବଙ୍ଗ ଯିବେ ସେମାନଙ୍କ ପାଇଁ ଆରଟିପିସିଆର ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି । ଏ ସମ୍ପର୍କରେ ଓଡିଶାରୁ ପଶ୍ଚିମବଙ୍ଗକୁ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ସୂଚନା ଦେଇଛି ପୂର୍ବତଟ ରେଳପଥ । ଟ୍ରେନ ଛାଡିବାର ୭୨ ଘଣ୍ଟା ମଧ୍ୟରେ ଏହି ପରୀକ୍ଷା ହୋଇଥିବା ଜରୁରୀ ।

Leave A Reply

Your email address will not be published.