ନୂଆଦିଲ୍ଲୀ ୧୭/୦୩, ଦିନକୁ ଦିନ ଚିନ୍ତା ବଢାଉଛି H3N2 ଭାଇରସ୍ । ଏଥିପାଇଁ ମହାରାଷ୍ଟ୍ରରେ ଜାରି କରାଯାଇଛି ହାଇ ଆଲର୍ଟ । ଦିଲ୍ଲୀରେ ଜାରି ହେଲା ଆଡଭାଇଜରୀ । କୋଭିଡ-୧୯ ପରି ଅବସ୍ଥା ସୃଷ୍ଟି ନହେବା ଲାଗି ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବା ଲାଗି ପ୍ରସ୍ତୁତ ହୋଇଛନ୍ତି ଦିଲ୍ଲୀ ସରକାର । ସେପଟେ ମହାରାଷ୍ଟ୍ର ପୁଣେରେ ଜଣେ ବୟସ୍କଙ୍କ ମୃତ୍ୟୁ ହେବା ସହ ଦେଶରେ H3N2 ଜନିତ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି । H3N2 ଜନିତ ପ୍ରଥମ ମୃତ୍ୟୁ ଘଟିଥିଲା କର୍ଣ୍ଣାଟକ ହାସନ ଜିଲ୍ଲାରେ । ବର୍ତ୍ତମାନ ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ପୁଡୁଚେରୀ, ତାମିଲନାଡ଼ୁ ଓ ଆସାମରେ H3N2 ଜନିତ ସଂକ୍ରମଣ ବଢୁଥିବା ସୂଚନା ମିଳିଛି । ସେପଟେ ଦିଲ୍ଲୀରେ ଜାରି ହୋଇଛି ସ୍ବତନ୍ତ୍ର ସତର୍କତା । ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ଲାଗି ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ବାଜ । ଦିଲ୍ଲୀ ଲୋକନାୟକ ହସ୍ପିଟାଲରେ ୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନ୍ୟାନ୍ୟ ହସ୍ପିଟାଲରେ ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଇନଫ୍ଲୁଏଞ୍ଜା ଓ କୋଭିଡର ନିୟନ୍ତ୍ରଣ ଲାଗି ମନିଟରିଂ ସକାଶେ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ H3N2 ଜନିତ ସଂକ୍ରମଣ ବଢୁଥିବାରୁ ଏଥିପ୍ରତି ସତର୍କ ରହିବା ଲାଗ ୬ ରାଜ୍ୟକୁ ପରାମର୍ଶ ଦେଇଥିଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ସେପଟେ ସଂକ୍ରମଣର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ଆଲର୍ଟ ଜାରି କରିଛନ୍ତି ମହାରାଷ୍ଟ୍ର ସରକାର । ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ତାନାଜି ସାଓ୍ବନ୍ତ କହିଛନ୍ତି, H3N2 ଭାଇରସର ସଂକ୍ରମଣ ରୋକିବା ଲାଗି ସରକାର ପଦକ୍ଷେପ ନେଉଛନ୍ତି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା ଲାଗି ଗାଇଡଲାଇନ ଜାରି କରାଯାଇଛି । ବର୍ତ୍ତମାନ ସୁଦ୍ଧା କେବଳ ମହାରାଷ୍ଟ୍ରରେ ୩୫୨ ଜଣ ସଂକ୍ରମିତ ଚିହ୍ନଟ ହେଲେଣି । ତେଣେ ମଧ୍ୟପ୍ରଦେଶରେ ପ୍ରଥମ H3N2 ସଂକ୍ରମିତ ଯୁବକ ଚିହ୍ନଟ ହୋଇଥିବା ବେଳେ ବିହାରରେ ଜଣେ ସ୍ବାଇନ ଫ୍ଲୁ ଓ ୨ ଜଣ H3N2 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକ