You are currently viewing କରୋନା ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

କରୋନା ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ ୨୩/୦୬, ଦେଶରେ ଧୀରେ ଧୀରେ ବଢୁଛି କରୋନା ସଂକ୍ରମଣ । ୧୨ ହଜାର ଉପରେ ଆସୁଛି ଦୈନିକ ସଂକ୍ରମଣ । ଦେଶରେ ସକ୍ରିୟ ମାମଲା ୮୦ ହଜାର ଉପରେ ରହିଛି । ମାର୍ଚ୍ଚ ପରଠାରୁ ଏହା ଧୀରେ ଧୀରେ ବଢୁଛି । ସକ୍ରିୟ ସଂଖ୍ୟା ବୃଦ୍ଧିପାଇ ୮୧ ହଜାର ୬୮୭ରେ ପହଞ୍ଚିଛି । କରୋନା ସ୍ଥିତିନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଆଜି ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ରମନ୍ତ୍ରୀ । ମହାରାଷ୍ଟ୍ର ଓ କେରଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ମହାରାଷ୍ଟ୍ରରେ ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୬୫୯ ହୋଇଥିବାବେଳେ ସକ୍ରିୟ ସଂଖ୍ୟା ୨୪ହଜାର ୯୧୫ ରେ ପହଞ୍ଚିଛି । ସେହିପରି କେରଳରେ ଦିନକରେ ଚିହ୍ନଟ ହୋଇଛନ୍ତି ୨ ହଜାର ୬୦୯ ଜଣ ଆକ୍ରାନ୍ତ । କେରଳରେ ସକ୍ରିୟ ମାମଲା ୨୩ ହଜାର ୪୬୦ରେ ପହଞ୍ଚିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।