You are currently viewing ହେଲିକପ୍ଟର କ୍ରାଶ ୬ ମୃତ

ହେଲିକପ୍ଟର କ୍ରାଶ ୬ ମୃତ

ଡେରାଡୁନ (୧୮.୧୦.୨୨) : ଉତ୍ତରାଖଣ୍ଡରେ ବଡ ଦୁର୍ଘଟଣା । କେଦାରନାଥ ଯାଉଥିବା ଏକ ହେଲିକପ୍ଟର କ୍ରାଶ ହୋଇଛି । କେଦାରନାଥ ଠାରୁ ୯ କିଲୋମିଟର ଦୂର ଗରୁଡଚଟ୍ଟୀରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ମଅତକଙ୍କ ମଧ୍ୟରେ ୪ ଯାତ୍ରୀଙ୍କ ସମେତ ୨ ଜଣ ପାଇଲଟ ଅଛନ୍ତି ।

ବର୍ଷା ଏବଂ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଏ ନେଇ ଡିଜିସିଏ ସୂଚନା ଦେିଛନ୍ତି । ଦୁର୍ଘଟଣା ଖବର ପାଇବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି ଯାତ୍ରୀବାହୀ ହେଲିକପ୍ଟରଟି ଗୁପ୍ତ କାଶୀରୁ ଉଡାଣ ଭରିଥିଲା । କେଦାରଘାଟି ଆଡକୁ ହେଲିକପ୍ଟରଟି ଯାଉଥିବା ବେଳେ ଦୁର୍ଘଯଣାଗ୍ରସ୍ତ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।