କୋଚି (୮.୧୦.୨୨) : କେରଳର କୋଚି ସମୁଦ୍ର ମଝିରେ ଜବତ ହୋଇଛି ହେରୋଇନ । ବୋଟରେ ଚାଲାଣ ହେଉଥିବା ୨୦୦ କେଜି ହେରୋଇନ ଜବତ କରାଯାଇଛି । ଆଫଗାନିସ୍ତାନ ପ୍ରଡକ୍ଟ ଏହି ନିଶାଦ୍ରବ୍ୟ ପାକିସ୍ତାନ, ଭାରତ ଓ ଶ୍ରୀଲଙ୍କାରେ ବିକ୍ରି ହେବା ପାଇଁ ଯୋଜନା ହୋଇଥିଲା। ଜବତ ହୋଇଥିବା ହେରୋଇନର ଦାମ ୧୨,୦୦ କୋଟି ହେବା ନେଇ ଆକଳନ କରାଯାଉଛି। ଏକ ଇରାନୀୟ ବୋଟରେ ଏହି ହେରୋଇନ୍ ଚାଳାଣ ହେଉଥିବା ବେଳେ ଭାରତୀୟ ନୌସେନା ଓ ଏନସିବି ରାଡାରରେ ଧରାପଡ଼ିଥିଲା। ଭାରତୀୟ ନୌସେନା ଏବଂ ଏନସିବି ପକ୍ଷରୁ ମିଳିତ ଅପରେଶନ କରାଯାଇ ଏହି ବୋଟକୁ ଜବତ କରାଯାଇଥିଲା। ସେଥିରେ ଥିବା ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପ୍ରଥମେ ଏହି ନିଶାଦ୍ରବ୍ୟ ପାକିସ୍ତାନ ଅସିଥିଲା। ସେଠାରୁ ଭାରତ ଓ ଶ୍ରୀଲଙ୍କାରେ ବିକ୍ରି ପାଇଁ ଯୋଜନା ହୋଇଥିଲା। ଅତି ସତର୍କତା ଓ ଚତୁରତାର ସହ ଏହି ନିଶାଦ୍ରବ୍ୟ ଚାଲାଣ ହେଉଥିଲା। ୱାଟରପ୍ରୁଫ୍ ସିଷ୍ଟମରେ ୭ଟି ଲେୟର ଭିତରେ ଅତି ସାବଧାନତାର ସହ ଏହାକୁ ରଖାଯାଇଥିଲା। ଖବର ମିଳିବା ପରେ ଗୁରୁବାର ଉଭୟ ଭାରତୀୟ ନୌସେନା ଓ ଏନସିବି ପକ୍ଷରୁ ଅପରେଶନ ଅରମ୍ଭ ହୋଇଥିଲା। ଉକ୍ତ ବୋଟକୁ ଜବତ କରାଯିବା ପରେ ସେଥିରୁ ବ୍ୟାପକ ପରିମାଣରେ ହେରୋଇନ୍ ପ୍ୟାକକେଟ ଯବତ କରାଯିବା ସହ ୬ ଜଣ ଇରାନୀୟ ନାଗରିକଙ୍କୁ ଗିରଫ କରାଯାଇଥିବା ଏନସିବି ଅଧିକାରୀ ସଞ୍ଜୟ କୁମାର ସିଂହ କହିଛନ୍ତି ।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା