ନୂଆଦିଲ୍ଲୀ(୧୫.୧୨.୨୨) : ସୋସିଆଲ ମିଡିଆରେ ମେସେଜିଂ ଆପ ହ୍ୱାଟସଅପ୍ ଓ ଏହାର ମୂଳ କମ୍ପାନୀ ମେଟାରେ ଇସ୍ତଫା ପର୍ବ ଜାରି ରହିଛି । ପୂର୍ବରୁ ଏକାଧିକ ଅଧିକାରୀ ମେଟା ଛାଡିଥିବା ବେଳେ ଏବେ ହ୍ୱାଟସଆପ୍ର ଇଣ୍ଡିଆନ ପେମେଣ୍ଟ ବିଜନେନ ବା ହ୍ୱାଟସଆପ ପେ’ର ଭାରତ ମୁଖ୍ୟ ବିନୟ ଚୋଲେଟ୍ଟି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ମାତ୍ର ୪ ମାସ ତଳେ କମ୍ପାନୀରେ ଯୋଗ ଦେଇଥିଲେ । ହେଲେ ୪ ମାସ ପରେ ସେ ହଠାତ୍ ହ୍ୱାଟସଆପ୍କୁ ବାଏବାଏ କହିଛନ୍ତି। ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରି ବିନୟ କହିଛି ଯେ ମୁଁ ମୋର ଆଗାମୀ ଯାତ୍ରାରେ ବାହାରିଛି। ତେବେ ମୋର ବିଶ୍ୱାସ ଯେ ଭାରତରେ ଡିଜିଟାଲ ପେମେଣ୍ଟ ଓ ଆର୍ଥିକ କାରବାରରେ ସଂସ୍କାର ଆଣବା ପାଇଁ ହ୍ୱାଟସଆପ୍ ପାଖରେ ଯଥେଷ୍ଟ କ୍ଷମତା ରହିଛି। ଆଗାମୀ ବର୍ଷଗୁଡ଼ିକରେ କମ୍ପାନୀ ଶୀର୍ଷରେ ପହଞ୍ଚୁ ବୋଲି ମୁଁ ଦେଖିବାକୁ ଚାହୁଁଛି। ମୋର ଆଶା ସେମିତି ସବୁ କିଛି ହେବ ବୋଲି ସେ କହିଛନ୍ତି। ଏହାର ଅର୍ଥ ବିନୟ ଏବେ ଆଉ କେଉଁ କମ୍ପାନୀରେ କାମ ଆରମ୍ଭ କରିବେ।ଏହାପୂର୍ବରୁ ହ୍ୱାଟସଆପର ଭାରତ ମୁଖ୍ୟ ଅଭିଜିତ ବୋଷ, ମେଟାର ପବ୍ଲିକ ପଲିସି ନିର୍ଦ୍ଦେଶକ ରାଜୀବ ଅଗ୍ରୱାଲ ଓ ମେଟାର ଭାରତ ମୁଖ୍ୟ ଅଜିତ ମୋହନ ଇସ୍ତଫା ଦେଇଥିଲେ। ଏମାନେ ସମସ୍ତେ ନଭେମ୍ବର ମାସରେ ଇସ୍ତଫା ଦେବାରୁ କମ୍ପାନୀରେ ହଇଚଇ ସୃଷ୍ଠି ହୋଇଥିଲା।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ