You are currently viewing ଦିଲ୍ଲୀ-ମସ୍କୋ ବିମାନ ସେବା ବାତିଲ

ଦିଲ୍ଲୀ-ମସ୍କୋ ବିମାନ ସେବା ବାତିଲ

ନୂଆଦିଲ୍ଲୀ-୦୭/୦୪, ଦିଲ୍ଲୀ-ମସ୍କୋ ବିମାନ ସେବାକୁ ବାତିଲ । ରୁଷ ଓ ୟୁକ୍ରେନ ଯୁଦ୍ଧ ଯୋଗୁଁ ବିମାନ ଯାତ୍ରା ପ୍ରତି ବିପଦ ରହିଥିବା ଆଶଙ୍କା କରି ବିମାନ ସେବା ବାତିଲ କରିଛି ଏୟାର ଇଣ୍ଡିଆ । ସୂଚନା ଅନୁସାରେ, ଯେଉଁ ଯାତ୍ରୀମାନେ ବିମାନରେ ଯାତ୍ରା କରିବା ପାଇଁ ଟିକେଟ ବୁକିଂ କରିସାରିଥିଲେ । ସେମାନଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବକ ଏଭଳି ପରିସ୍ଥିତିରେ ଉଡ଼ାଣ କେବେ ଆରମ୍ଭ ହେବ, ସେ ନେଇ କୌଣସି ସୂଚନା ନାହିଁ ।
ସୂଚନାଯୋଗ୍ୟ ଯେ, ପ୍ରତି ସପ୍ତାହରେ ଏୟାର ଇଣ୍ଡିଆ ପକ୍ଷରୁ ଭାରତ ଓ ରୁଷ ମଧ୍ୟରେ ଦୁଇଟି ବିମାନ ଚାଲୁଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।