You are currently viewing ଭାରତୀୟ ସେନା ବିମାନ ଏମଆଇଜି -୨୯କେ ଦୁର୍ଘଟଣା ଗ୍ରସ୍ତ

ଭାରତୀୟ ସେନା ବିମାନ ଏମଆଇଜି -୨୯କେ ଦୁର୍ଘଟଣା ଗ୍ରସ୍ତ

ନୂଆଦିଲ୍ଲୀ (୧୨.୧୦.୨୨) : ପୁଣି ଦୁର୍ଘଟଣା ଗ୍ରସ୍ତ ହେଲା ସେନା ବିମାନ । ଗୋଆରେ ଭାରତୀୟ ନେଭିର ଏମଆଇଜି -୨୯କେ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପାଇଲଟ ।

ତାଙ୍କ ଅବସ୍ଥା ସ୍ଥିର ରହିଛି । ଏ ନେଇ ଭାରତୀୟ ନୌସେନା ସୂଚନା ଦେଇଛି । ତେବେ ବିମାନରେ ଯାନ୍ତ୍ରିକ ତ୍ରୃଟି ପାଇଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଘଟଣାର ତଦନ୍ତ ପାଇଁ ବୋର୍ଡ ଅଫ ଇନକ୍ୱାରୀକୁ ନିର୍ଦ୍ଦେଶ ଦିଆଯାଇଥିବା ନୌସେନା କହିଛି ।

୨୬ ନଭେମ୍ବର ୨୬ ୨୦୨୦ ରେ ମଧ୍ୟ ଗୋଆ ଉପକୂଳ ନିକଟରେ ଏମଆଇଜି -୨୯କେ ଟ୍ରେନର ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ବିମାନର ଟର୍ବୋ ଚାର୍ଜର, ଇନ୍ଧନ ଟ୍ୟାଙ୍କ, ୱିଙ୍ଗ, ଇଞ୍ଜିନ ସମେତ କିଛି ଭଗ୍ନାବଶେଷ ମିଳିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।