ଟିକା ନେବା ପରେ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ, କରୋନା ଦୀର୍ଘଦିନ ଧରି ଆତଙ୍କ ଖେଳାଇବା ପରେ ଏବେ କିଛି ଦିନ ହେବ କରୋନାରୁ ମୁକ୍ତି ପାଇବା ପାଇଁ ଟିକା ପ୍ରସ୍ତୁତ ହୋଇଛି । ତେବେ ଲୋକଙ୍କ ବିଶ୍ୱାସ ରହିଛି ଯେ, ଟିକା ନେଲେ ସେମାନେ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇ ପାରିବେ କିନ୍ତୁ । କିନ୍ତୁ କରୋନା ଟିକା ନେବା ପରେ ଯଦି ବ୍ୟକ୍ତି ସଂକ୍ରମଣ ହୁଏ ତେବେ ଟିକା ଉପରେ ଲୋକଙ୍କ ବିଶ୍ୱାସ ରହିବ ନାହିଁ ।
ଏଭଳି ଏକ ଖବର ଆସିଛି ଇସ୍ରାଏଲରୁ ଯେଉଁଠାରେ ଫାଇଜର ଟିକା ନେବା ପରେ ମଧ୍ୟ ୧୨ ହଜାର ଲୋକ ସଂକ୍ରମିତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୬୯ ଜଣ ଦ୍ୱିତୀୟ ଥର ଟିକା ନେଇଥିବା ଜଣାଯାଇଛି ।ଇସ୍ରାଏଲରେ ଡିସେମ୍ବର ୧୯ରୁ ଟିକାକରଣ ଆରମ୍ଭ ହୋଇଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁ ଇସ୍ରାଏଲ ତୃତୀୟ ଥର ପାଇଁ ଲକଡାଉନ୍ ଘୋଷଣା କରିଛି । ପାଖାପାଖି ୫ ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ ୪,୦୦୫ ଜଣ ମୃତ୍ୟୁ ବରଣ କରିଥିବା ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.