ବିବାହ ପୂର୍ବରୁ ନିଜ ଇଛାରେ ରଖୁଥିବା ଶାରୀରିକ ସମ୍ପର୍କ ବଳାତ୍କାର ନୁହେଁ

ନୂଆଦିଲ୍ଲୀ: ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିବା ସବୁବେଳେ ବଳାତ୍କାର ନୁହେଁ ।ଯଦି ଆପଣ ନିଜ ଇଛାରେ ଜଣଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି ଓ ପରେ ସେ ପିଲା ଆପଣଙ୍କୁ ବିବାହ ନକରେ ତେବେ ତାକୁ ବଳାତ୍କାର କୁହାଯାଇ ପାରିବ ନାହିଁ |
ଏନେଇ ଦିଲ୍ଲୀ ହାଇକୋର୍ଟ ଆଜି ଏକ ରାୟ ଶୁଣାଇଛନ୍ତି । ଦୀର୍ଘଦିନ ଧରି ଯଦି ଏଭଳି ସମ୍ପର୍କ କୌଣସି ମହିଳାଙ୍କ ସହମତିରେ ହେଉଥିଲେ ଏହାକୁ ସବୁବେଳେ ବଳାତ୍କାର କୁହାଯାଇ ପାରିବ ନାହିଁ ବୋଲି ଦିଲ୍ଲୀ କୋର୍ଟ କହିଛନ୍ତି । ଜଷ୍ଟିସ ବିଭୁ ବାଖରୁଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାରକରି ଏଭଳି ରାୟ ଦେଇଛନ୍ତି ।
ସୂଚନା ଅନୁସାରେ ୨୦୦୮ ମସିହାରେ ଜଣେ ମହିଳାଙ୍କ ସହିତ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ସ୍ଥାପନ କରାଯାଇଥିବା ଏକ ମାମଲାର ବିଚାର କରି କୋର୍ଟ ଏପରି କହିଛନ୍ତି । ମାମଲାରେ ମହିଳା ଜଣକ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରାଯାଇଥିବା ଦର୍ଶାଇଥିଲେ ।
ଭାରତୀୟ ପିଙ୍ଗଳ କୋର୍ଟର ଧାରା ୩୭୫ ଅନୁସାରେ ସ୍ଵଇଛାରେ ଦିର୍ଘଦିନ ଧରି ବିବାହ ପ୍ରତିଶ୍ରୃତି ଦ୍ୱାରା ଶାରିରୀକ ସମ୍ପର୍କ ସ୍ଥାପନ କରିବାକୁ ବଳାତ୍କାର କୁହାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ବିବାହ ପ୍ରତିଶ୍ରୁତି ଦ୍ୱାରା ନିଜ ଇଛାରେ ଶାରିରୀକ ସମ୍ପର୍କ ସ୍ଥାପନକୁ କୌଣସି ଅନୈତିକର ଆଖ୍ୟା ମଧ୍ୟ ଦିଆଯାଇପାରିବ ନାହିଁ ।

Leave A Reply

Your email address will not be published.