ନୂଆଦିଲ୍ଲୀ, ଗୋଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନ ଶୁଣାଣି ସ୍ଥଗିତ ରଖାଯାଇଛି। ନଭେମ୍ବର ୨୭ରେ ଝାଡଖଣ୍ଡ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବ। ସୂଚନା ମୁତାବକ, ଦୁମ୍କା ଟ୍ରେଜେରୀ ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ୭ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଲାଲୁ ପ୍ରସାଦ ଯାଦବଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିଲେ। ଏହାର ଶୁଣାଣି ଆଜି ହେବାକୁ ଥିବା ବେଳେ ଶୁଣାଣିକୁ ସ୍ଥଗିତ ରଖିଛନ୍ତି ଝାଡଖଣ୍ଡ ହାଇକୋର୍ଟ।