You are currently viewing ସିଙ୍ଗାପୁର ଗଲେ ଲାଲୁ

ସିଙ୍ଗାପୁର ଗଲେ ଲାଲୁ

ନୂଆଦିଲ୍ଲୀ (୧୨.୧୦.୨୨) : ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଦୀର୍ଘ ଦିନ ହେବ ଅସୁସ୍ଥ ଅଛନ୍ତି । ସେ କୀଡନୀ ଜନିତ ସମସ୍ୟାରେ ପୀଡିତ ଅଛନ୍ତି । ତେଣୁ ସେ ଚିକିତ୍ସା ଲାଗି ସିଙ୍ଗାପୁର ଯାଇଛନ୍ତି । ସେଠାରେ ତାଙ୍କୁଝିଅ ରୋହିଣୀ ସ୍ୱାଗତ କରିଛନ୍ତି । ନିକଟରେ ଲାଲୁ ଯାଦବଙ୍କ ଆବେଦନ ପରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କ ପାସପୋର୍ଟ ରିଲିଜ କରିବାକୁ ଅନୁମତି ଦେଇଥିଲା । ଏହା ପରେ ସେ ଚିକିତ୍ସା ପାଇଁ ସିଙ୍ଗାପୁର ଯାଇଛନ୍ତି ।

ଲାଲୁଙ୍କୁ ଡାଇବେଟିସ୍‌, ବ୍ଲଡ ପ୍ରେସର୍‌, ହୃଦୟରୋଗ ଓ କିଡନୀ ଜନିତ ସମସ୍ୟା ରହିଛି। ଏଥିସହ ଥାଲାସେମିଆ ରୋଗରେ ମଧ୍ୟ ସେ ପୀଡିତ ଅଛନ୍ତି। କେବଳ ସେତିକି ନୁହେଁ ହାଡ ଓ ମସ୍ତିଷ୍କ ସମ୍ବନ୍ଧୀୟ ସମସ୍ୟାରେ ମଧ୍ୟ ସେ ପୀଡିତ ଅଛନ୍ତି। ତେବେ ଲାଲୁଙ୍କ କିଡନୀ ସମସ୍ୟା ସବୁଠାରୁ ଗୁରୁତର ରହିଛି । ତାଙ୍କ କିଡନୀ ସ୍ତର ଲାଷ୍ଟ ଷ୍ଟେଜରେ ଅଛି। ୨୦ରୁ ୨୫ ପ୍ରତିଶତ ହିଁ ତାଙ୍କ କିଡନୀ କାମ କରୁଛି। ଏଭଳି ସ୍ଥିତିରେ ତାଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ ହେବ ନା ନାହିଁ ତାହା ସିଙ୍ଗାପୁରରେ ହିଁ ନିଷ୍ପତ୍ତି ନିଆଯିବ।

ଅନ୍ୟମାନଙ୍କୁ ଜଣାନ୍ତୁ।