ଗୁଜରାଟର୨୭/୦୭, ବୋଟାଦ ଜିଲ୍ଲାରେ ରୋଜିଦ ଗାଁରେ ବିଷାକ୍ତ ମଦ ପିଇବା ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ମୃତକଙ୍କ ସଂଖ୍ୟା ୩୭ରେ ପହଞ୍ଚିଥିବା ବେଳେ ୭୦ରୁ ଅଧିକ ବ୍ୟକ୍ତି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ତେଣୁ ମୃତକଙ୍କ ସଂଖ୍ୟା ବଢିପାରେ। ଗତକାଲି ରାତି ସୁଦ୍ଧା ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଘଟଣା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୦ ଜଣଙ୍କୁ ଅଟକ ରଖିବା ସହ ପଚରାଉଚରା କରୁଛି । ଏହାଛଡା ଉଚଣ୍ଡି, ଚନ୍ଦରବା, ଆକରୁ ଏବଂ ଅନିବାରୀ ଗାଁରେ ବିଷାକ୍ତ ମଦ ପିଇ ଗ୍ରାମବାସୀ ପ୍ରଭାବିତ ହୋଇଛନ୍ତି। ସେହିପରି ଅହମ୍ମଦାବାଦର ଧନ୍ଧୁକାରେ ବିଷାକ୍ତ ମଦ ପିଇ ଅନେକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁଜରାଟର ବାରଭାଲ୍ଲା ଓ ବୋତାଡ ସହରରେ ବିଷାକ୍ତ ମଦ ପିଇ କିଛି ଲୋକଙ୍କର ମୃତ୍ୟୁ ଘଟିବା ପରେ ଏହି ବିଷାକ୍ତ ମଦ କାରବାର ହେଉଥିବା ଲୋକଲୋଚନକୁ ଆସିଛି । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୮ଜଣଙ୍କ ଜୀବନ ଯାଇଥିବାବେଳେ ପରେ ଆଉ ୨୦ଜଣ ଆଖି ବୁଜିଥିଲେ । ଅସୁସ୍ଥ ଥିବା ୪୦ଜଣଙ୍କୁ ସବୁ ପ୍ରକାରର ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକ ଶ୍ରେଣୀର ବୋଲି ଜଣାପଡ଼ିଛି । ପୋଲିସର ପ୍ରାଥମିକ ସୂଚନା ମୁତାବକ ମଦ ନୁହେଁ ବରଂ ଫ୍ୟାକ୍ଟ୍ରି ମାଲିକ ଅଧିକ ନିଶା ପାଇଁ କେମିକାଲ ପାଉଚ୍ କରି ଏହାକୁ ବିକ୍ରି କରୁଥିଲେ । ଯାହାକୁ ପିଇ ଲୋକେ ପ୍ରାଣ ହରାଇଛନ୍ତି । ଏହା ଏକ ରୀତିମତ ଷଡ଼ଯନ୍ତ୍ର ବୋଲ ସୂଚନା ଦିଆଯାଇଛି । ଏଠାରେ ଥିବା ଇମୋସ ନାମକ ଏକ କମ୍ପାନୀ ମିଥାଇଲ୍ ପ୍ରସ୍ତୁତ କରେ । କମ୍ପାନୀର ଗୋଦାମ ମ୍ୟାନେଜର ଗୋଦାମରୁ ପାଖାପାଖି ୨୦୦ ଲିଟର କେମିକାଲ ଚୋରାରେ ନେଇ ବାହାରେ ୬୦ ହଜାର ଟଙ୍କାରେ ବିକ୍ରି କରିଥିଲେ । ଏହାକୁ କିଛି ଯୁବକ ପାଉଚ୍ ଭାବେ ପ୍ରସ୍ତୁତ କରି ମଦ ନାଁରେ ବିକିଥିଲେ । ଯାହାକୁ ପିଇ ଲୋକଙ୍କ ଜୀବନ ଯାଇଛି । ଏବେ ବି ବହୁ ଲୋକ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଏଥିରେ ସମ୍ପୃକ୍ତ ଥିବା ସମସ୍ତ ଯୁବକଙ୍କୁ ଗିରଫ କରାଯାଇ ହତ୍ୟା ମାମଲା ରୁଜୁ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଜାଣନ୍ତୁ ଜନ୍ମାଷ୍ଟମୀ ବ୍ରତର ମହତ୍ତ୍ଵବିବାହ ପାଇଁ ଟ୍ରାକ୍ଟରରେ ଆସିଲା ବରଅଧିକା ପାଣି ପିଇବା ମଧ୍ଯ ହୋଇପାରେ ସମସ୍ୟାଭତ୍ତାନେଇ ଫେରୁଥିବାବେଳେ ଚାଳିଗଲା ଜୀବନଆସୁଛି ଆଉ ଏକ ଲଘୁଚାପମୁଣ୍ଡଳୀରେ ଵିପଦ ସଙ୍କେତ ଉପରେ ମହାନଦୀପରିବା ଦର ଆକାଶଛୁଆଁପରିକ୍ରମା ପକ୍ଷରୁ ବର୍ଷା କବିତା ଆସରପରିକ୍ରମା ତରଫରୁ ମେଧା ସମ୍ବର୍ଦ୍ଧନା ସମାରୋହମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା