ଥମୁନି ମହାରାଷ୍ଟ୍ର ସଙ୍କଟ

ମୁମ୍ବାଇ ୨୦/୦୬, ମହାରାଷ୍ଟ୍ରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସଙ୍କଟ ଏବେବି ଟଳିନାହିଁ । ଏକନାଥ ସିନ୍ଧଙ୍କ ନେତୃତ୍ୱରେ ୪୦ ଜଣ ବିଦ୍ରୋହୀ ବିଧାୟକ ଏବେ ଆସାମର ଗୌହାଟୀଠାରେ ଅଛନ୍ତି । ମହାରରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶିବ ସେନାର ସମସ୍ତ ବିଦ୍ରୋହୀ ବିଧାୟକ ତାଙ୍କୁ ସମର୍ଥନ ଦେବା ପାଇଁ ଆହ୍ୱନ ଦେଇଥିବା ବେଳେ ଆସନ୍ତାକାଲି ମହାରାଷ୍ଟ୍ର ରାଜ୍ୟପାଳ ଭଗତ କୋଶିଆରୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ବିଧାନ ସଭାଗୃହରେ ନିଜର ସଂଖ୍ୟାା ଗରିଷ୍ଠତା ପ୍ରମାଣ ଦେଖେଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତାକାଲି ମହାରାଷ୍ଟ୍ର ବିଧାନ ସଭାର ସ୍ୱତନ୍ତ୍ର ଅଧିବେଶନକୁ ରାଜ୍ୟପାଳ ଡକାଇଥିବା ବେଳେ ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମ କୋର୍ଟରେ ପଞ୍ଚିଛି ଶିବ ସେନା । ଅନ୍ୟପଟେ ଗୌହାଟୀ ଠାରେ ବିଦ୍ରୋହୀ ନେତା ଏକନାଥ ସିନ୍ଧେ କାମାଖ୍ୟା ଦେବୀ ଦର୍ଶନ ପରେ ଗଣ ମାଧ୍ୟମକୁ କହିଛନ୍ତି ଯେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେଖେଇବା ପାଇଁ ଆସନ୍ତା କାଲି ସେ ମୁମ୍ବାଇ ଗସ୍ତରେ ଯିବେ । ତେବେ ଦେଖିବାକୁ ବାକିରହିଲା ଆସନ୍ତା କାଲି ହେବାକୁ ଥିବା ସଂଖ୍ୟା ଗରିଷ୍ଠତା ପ୍ରମାଣରେ କିଏ ବାଜିମାତ କରୁଛନ୍ତି ।

Leave A Reply

Your email address will not be published.

2 × 2 =