You are currently viewing ମହାରାଷ୍ଟ୍ରରେ ମହାସଙ୍କଟ

ମହାରାଷ୍ଟ୍ରରେ ମହାସଙ୍କଟ

ଦିଲ୍ଲୀ(ଏଏନଏସ)୨୨/୦୬, ଶିବସେନା, କଂଗ୍ରେସ ଏବଂ ଏନପିପି ମିଳିତ ଏମଭିଏ ମେଣ୍ଟ ସରକାର ଭାଙ୍ଗିବାର ଆଶଙ୍କା ଦେଖାଦେଇଛି । ୨୦୧୯ରେ ଯେଉଁଥିପାଇଁ ବିଜେପି ସରକାର ଭାଙ୍ଗିଥିଲା ସେହି କାରଣ ପାଇଁ ଏବେ ଏମଭିଏ ସରକାର ଭାଙ୍ଗିବାକୁ ଯାଉଛି । ବିଧାନ ପରିଷଦ ନିର୍ବାଚନ ବିଜୟ ପରେ ରାଜ୍ୟରେ ଶାସକ ଦଳର ମୁଖ୍ୟନେତା ଏକନାଥ ସିନ୍ଦେ ୨୧ ବିଧାୟକଙ୍କ ସହ ସୁରଟରେ ଥିଲେ । ଗତକାଲି ବିଳମ୍ବିତ ରାତିରେ ଏମଭିଏ ସରକାରଙ୍କ ବିଧାୟକ ସେମାନଙ୍କ ସହ ଯୋଗ ଦେଇଥିଲା ବେଳେ ସବୁ ବିଧାୟକ ବିଜେପି ଶାସିତ ଆସାମ ଗସ୍ତ କରିଥିବା ସୂଚନା ମିଳିଛି । ଏବଂ ଏହି ବିଧାୟକ ସରକାର ଭାଙ୍ଗିବାରେ ଗୋଟିଏ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ମହାରାଷ୍ଟ୍ରର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ ଶ୍ରୀ ସିନ୍ଦେଙ୍କ ସହ ମିଶି ସରକାର ଗଢିବାକୁ ପ୍ରସ୍ତୁତ ଅଛି । ଏହି ବିଧାୟକଙ୍କ ଉପରେ ଉପରେ କାର୍ଯ୍ୟାନୁ୍େ‌ାଂନ ନେବାକୁ ଶିବସେନା ଚିନ୍ତା କରୁଥିବା କୁହାଯାଇଛି । ତେବେ ବଡ କଥା ହେଉଛି ସୁରଟରେ ଥାଇ ମୁଖ୍ୟମନ୍ତ୍ରୀ ଉଦ୍ଧବଠାକରେଙ୍କ ସହ କଥା ହୋଇଛନ୍ତି ବିଦ୍ରୋହୀ ନେତା ଏକନାଥ ସିନ୍ଦେ । ଉଦ୍ଧବଙ୍କ ସହ ସେ ୧୫ରୁ ୨୦ ମିନିଟ୍ କଥା ହୋଇଛନ୍ତି । ଉଦ୍ଧବଠାକରେଙ୍କୁ ସିନ୍ଦେ ବିଜେପି ସହ ମେଂଟ କରିବାକୁ ପ୍ରସ୍ତାବ ଦେଇଛନ୍ତି । ତେବେ ମହାରାଷ୍ଟ୍ର ଆସି କଥାବାର୍ତ୍ତା ହେବାକୁ ଉଦ୍ଧବ ସିନ୍ଦେଙ୍କୁ କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।