ମୋଦୀଙ୍କ ସହ କଥା ହେଲେନି ଦିଦି

ନୂଆଦିଲ୍ଲୀ, ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଙ୍ଗ ଜରିଆରେ ଆଲୋଚନା କରିଛନ୍ତି । ମାତ୍ର କାମର ବାହାନା ଦେଖାଇ ମୋଦୀଙ୍କ ସାଙ୍ଗେ କଥା ହେଲେନି ଦିଦି । ଦେଶର ସବୁ ମୁଖ୍ୟମନ୍ତ୍ରୀମାନେ କରୋନା ମହାମାରୀର ଦ୍ୱିତୀୟ ଲହରକୁ କିଭଳି ରୋକାଯାଇପାରିବ ତାକୁ ନେଇ ଆଲୋଚନା କରିଥିଲେ । କୁହାଯାଉଛି ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ଚାଲିଥିବାବେଳ ବିଜେପି ଦଳ ତରଫରୁ ବଙ୍ଗଳାରେ ବାରମ୍ବାର ପ୍ରଚାର ମଇଦାନକୁ ମୋଦୀ ଓ ଶାହା ଓହ୍ଲାଇଥିବାରୁ ଏହାକୁ ସହଜରେ ହଜମ କରିପାରୁନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ତେବେ ସେ ଯାହାହେଉ ନା କାହିଁକି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିଭାବେ ଯୋଗ ଦେଇଥିଲେ ରାଜ୍ୟର ମୁଖ୍ୟ ଶାସନ ସଚିବ ।
କିଛି ରାଜ୍ୟରେ କରୋନା ଭ୍ୟାକସିନର ଉପଯୁକ୍ତ ସଂରକ୍ଷଣ ଅଭାବରୁ ନଷ୍ଟ ହେଉଥିବାର ଅଭିଯୋଗ ହୋଇଛି । ଏଥିପ୍ରତି ସଜାଗ ରହିବା ପାଇଁ ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଣ୍ଟିଜେନ ଟେଷ୍ଟ ବଦଳରେ ଆରଟିପିସିଆର ଟେଷ୍ଟ ପରେ ଗୁରୁତ୍ୱ ଦେଇଛନ୍ତି ମୋଦୀ ।

Leave A Reply

Your email address will not be published.