You are currently viewing ମମତାଙ୍କ ଆହ୍ୱାନ ବିରୋଧୀଙ୍କୁ ଏକାଠି ହେବାକୁ ପଡିବ

ମମତାଙ୍କ ଆହ୍ୱାନ ବିରୋଧୀଙ୍କୁ ଏକାଠି ହେବାକୁ ପଡିବ

କୋଲକାତା (୩୧.୩.୨୩) : କେନ୍ଦ୍ର ସରକାରଙ୍କ ବିରୋଧରେ କୋଲକାତାରେ ୩ ଦିନ ଧରି ଧାରଣାରେ ବସିଛନ୍ତି ମମତା ବାନାର୍ଜୀ ।୩୦ ଘଣ୍ଟାରୁ ଅଧିକ ସମୟ ଧରି ଧାରଣାରେ ବସିଲେଣି ଦିଦି । ଏହାପରେ କେନ୍ଦ୍ର ଉପରେ ଘୋର ଅସନ୍ତୋଷ ବ୍ୟକ୍ତ କରିବା ସହ ବିଜେପି ବିରୋଧରେ ଆହ୍ୱାନ ଦେଇଛନ୍ତି । ପୁଣି ଥରେ ଦିଲ୍ଲୀ ଯିବାକୁ କହିବା ସହ ବିଜେପି ନିଜକୁ ସନ୍ଥ ବୋଲି ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି । ବିଜେପିକୁ ହରାଇବାକୁ ସବୁ ବିରୋଧୀ ଦଳକୁ ଏକଜୁଟ ହେବାକୁ ପଡିବ ବୋଲି ମମତା ଆହ୍ୱାନ ଦେଇଛନ୍ତି । ସୂଚନା ମୁତାବକ, ଦେଶର ସବୁ ରାଜ୍ୟ ଗୁଡିକୁ ମନରେଗା ଯୋଜନା ପାଇଁ ଫଣ୍ଡ୍ ମିଳୁନାହିଁ । କେବଳ ପଶ୍ଚିମବଙ୍ଗକୁ ଏହି ଯୋଜନାରୁ ବଞ୍ଚିତ କରାଯାଉଥିବାରୁ କେନ୍ଦ୍ର ବିରୋଧରେ ଦୁଇ ଦିନ ଧରି ଧାରଣା ଦେଇଛନ୍ତି ମମତା । ଏଥିପାଇଁ ଦୁଇଥର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିଥିଲେ ବି କୌଣସି ସୁଫଳ ମିଳିନାହିଁ । ତେଣୁ ଅଣବିଜେପି ରାଜ୍ୟ ଗୁଡିକୁ ସରକାର ଭେଦଭାବ କରୁଛନ୍ତି ବୋଲି ଅଭିଯୋଗ ଆଣିବା ସହ ସବୁ ବିରୋଧୀ ଦଳ ଓ ସବୁ ଧର୍ମର ଲୋକ ମିଶି ବିଜେପିକୁ ହରାଇବାକୁ ଆହ୍ୱାନ ଦେଇଛନ୍ତି ମମତା ।

ଅନ୍ୟମାନଙ୍କୁ ଜଣାନ୍ତୁ।