ମନୀଷ ସିସୋଦିଆଙ୍କୁ ଝଟକା

ନୂଆଦିଲ୍ଲୀ (28.4.23):ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମୀନଷ ସିସୋଦିଆଙ୍କୁ ଅବକାରୀ ନୀତି ମାମଲା ସହିତ ଜଡିତ ଅର୍ଥ ହେରଫେର ମାମଲାରେ ବଡ ଝଟକା ଲାଗିଛି । ଦିଲ୍ଲୀ କୋର୍ଟ ଏହି ମାମଲାରେ ଜାମିନ ପାଇଁ ସିସୋଦିଆଙ୍କ ତରଫରୁ କରାଯାଇଥିବା ଆବେଦନକୁ କୋର୍ଟ ଶୁକ୍ରବାର ଦିନ ଖାରଜ କରିଦେଇଛନ୍ତି । ରାଓଜ ଏଭିନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି ଜଷ୍ଟିସ ଏମକେ ନାଗପାଲ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଏବେ ରାଓଜ ଏଭିନ୍ୟୁ କୋର୍ଟଙ୍କ ରାୟ ବିରୋଧରେ ସିସୋଦିଆ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବେ ବୋଲି ଜଣାପଡିଛି ।କୋର୍ଟରେ ଜାମିନ ଆବେଦନ ଉପରେ ଶୁଣାଣି ବେଳେ ଜାମିନକୁ ବିରୋଧ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡି ତରଫରୁ କୁହାଯାଇଥିଲା କି ଏବେ ଯାଂଚ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଂଚିଛି ତେଣୁ ଏହି ସମୟରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଗଲେ ଯାଂଚ ଉପରେ ପ୍ରଭାବ ପଡିପାରେ ବୋଲି ଇଡି ତରଫରୁ କୁହାଯାଇଥିଲା ।ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପ୍ରଥମେ ସିବିଆଇ ଓ ପରେ ଇଡି ଗିରଫ କରିଥିଲା । ଏବେ ଏହି ମାମଲାରେ ଯାଂଚ ଚାଲିଛି । ଅବକାରୀ ମାମଲାରେ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ମେ’୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

Leave A Reply

Your email address will not be published.