ମଧ୍ୟପ୍ରଦେଶ (୧୨.୧୦.୨୨) : ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏବେ ଖୁସି ଖବର । ଏବେ ହିନ୍ଦୀରେ ପଢାହେବ ଏମ୍ବିବିଏସ ପାଠ୍ୟକ୍ରମ । ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା ।

୧୬ ଅକ୍ଟେବରରେ ଭୋପାଳରେ ଏମ୍ବିବିଏସର ପ୍ରଥମ ବର୍ଷ ପାଇଁ ହିନ୍ଦୀରେ ଅନୁବାଦିତ ପୁସ୍ତକ ଉନ୍ମୋଚନ କରିବେ ଗୃହମନ୍ତ୍ରୀ । ଏହା ସହ ମଧ୍ୟପ୍ରଦେଶରେ ଏମ୍ବିବିଏସ ଅଧୟନ ହିନ୍ଦୀରେ ଆରମ୍ଭ ହେବ ।

ସିଏମ୍ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ଦେଶରେ ଏହା ପ୍ରଥମ ଘଟଣା ହେବ । ଏମ୍ବିବିଏସ ପାଠ୍ୟକ୍ରମକୁ ହିନ୍ଦୀରେ ଶିକ୍ଷାଦାନ କରାଯିବ ।

ସେ କହିଛନ୍ତି ଯେ ଏହା ଧାରଣାକୁ ବଦଳାଇବ ଯେ ମେଡିକାଲ ଏବଂ ଇଞ୍ଜିନିୟରିଂ ପାଠ୍ୟକ୍ରମ ହିନ୍ଦୀରେ ହୋଇପାରିବ ନାହିଁ । ଏହି ଧାରଣାକୁ କାର୍ଯ୍ୟକାରୀ କରିବା ପାଇଁ ଗୋଟିଏ ପଦକ୍ଷେପ ହେଉଛି ଛାତ୍ରଛାତ୍ରୀମାନେ ହିନ୍ଦୀରେ ପାଠ ପଢି ନିଜ ଭବିଷ୍ୟତ ଗଢିବେ ।