You are currently viewing ଦେଶରେ ଚିତାବାଘ ସଂଖ୍ୟା ବୃଦ୍ଧି ନେଇ ସୂଚନା ଦେଲେ ମୋଦି

ଦେଶରେ ଚିତାବାଘ ସଂଖ୍ୟା ବୃଦ୍ଧି ନେଇ ସୂଚନା ଦେଲେ ମୋଦି

ନୂଆଦିଲ୍ଲୀ, ଦେଶରେ ଚିତାବାଘଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୧୮ରେ ଭାରତରେ ଚିତାବାଘଙ୍କ ସ୍ଥିତି ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି । ଚିତାବାଘଙ୍କ ସଂଖ୍ୟା ୨୦୧୪ ତୁଳନାରେ ୬୦ ପ୍ରତିଶତ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ଚିତାବାଘଙ୍କ ସଂଖ୍ୟା ୧୨,୮୫୨ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏ ଦିଗରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କୁ ମୋଦି ବେଶ୍‌ ପ୍ରଶଂସା କରିଛନ୍ତି । ଏହି ରିପୋର୍ଟକୁ ପ୍ରକାଶ କରିଥିଲେ କେନ୍ଦ୍ରୀୟ ପରିବେଶ ଓ ଜଙ୍ଗଲମନ୍ତ୍ରୀ ପ୍ରକାଶ ଜାଭେଦକର ।

ଅନ୍ୟମାନଙ୍କୁ ଜଣାନ୍ତୁ।