ଆମେରିକାରେ ମୋଦି ନମ୍ବର ୱାନ

ନୂଆଦିଲ୍ଲୀ: ଆମେରିକାର ସର୍ବୋଚ୍ଚ ସମ୍ମାନ ଲେଜିଅନ ଅଫ ମେରିଟ୍ ପୁରସ୍କାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରାଯାଇଛି । ଆମେରିକାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଏନେଇ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ସି ଓ’ ବ୍ରାଇନ୍ ଏହି ସୂଚନା ଦେଇଛନ୍ତି । ଭାରତ ଓ ଆମେରିକା ମଧ୍ୟରେ ରଣନୀତିକ ଭାଗିଦାରୀ ଆଗକୁ ବୃଦ୍ଧି ହୋଇଛି ଯାହାକି ମୋଦିଙ୍କ ନେତୃତ୍ୱରେ ସମ୍ଭବପର ହୋଇଛି ତେଣୁ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁପସ୍ଥିତି ହେତୁ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରଞ୍ଜିତ ସିଂ ସାନ୍ଧୁ ଏହି ସମ୍ମାନ ଗ୍ରହଣ କରିଛନ୍ତି।
ରବର୍ଟ ସି ଓ’ବ୍ରିଏନ୍ ଟ୍ୱିଟ କରି କହିଛନ୍ତି, “ଆମେରିକା ଓ ଭାରତ ମଧ୍ୟରେ ସୁସମ୍ପର୍କ ଓ ରଣନୀତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ ମୋଦି ନେତୃତ୍ୱ ନେଇଥିବାରୁ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କୁ ଲେଜିଅନ୍ ଅଫ୍ ମେରିଟ୍ ସମ୍ମାନ ପ୍ରଦାନ କରିଛନ୍ତି।”
ଏହା ସହ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଓ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ମଧ୍ୟ ଟ୍ରମ୍ପ ଲେଜିଅନ ଅଫ ମେରିଟ୍ ସମ୍ମାନରେ ସମ୍ମାନୀତ କରିଛନ୍ତି।

Leave A Reply

Your email address will not be published.