ଏବେ ଟ୍ୱିଟରରେ ବିଶ୍ୱର ସକ୍ରିୟ ନେତା ହେଲେ ମୋଦୀ

ନୂଆଦିଲ୍ଲୀ: ଆମେରିକା ସଂସଦ ପରିସରରେ ଦେଖାଦେଇଥିବା ହିଂସା ପାଇଁ ଟ୍ୱିଟର ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ସବୁଦିନ ପାଇଁ ବ୍ୟାନ କରି ଦେଇଛି। ଟ୍ରମ୍ପଙ୍କ ଆକାଉଣ୍ଟ୍ ସବୁଦିନ ପାଇଁ ବନ୍ଦ ହେବା ପରେ ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟରରେ ସବୁଠୁ ଅଧିକ ଅନୁଗାମୀ ଥିବା ସକ୍ରିୟ ରାଜନେତା ହୋଇଛନ୍ତି। ଗତ ଶୁକ୍ରବାର ଦିନ ଟ୍ୱିଟର ଟ୍ରମ୍ପଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ବ୍ୟାନ କରିଦେଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କର ୬୪.୭ ନିୟୁତ ଅନୁଗାମୀ ଥିବାବେଳେ ଟ୍ରମ୍ପଙ୍କର ୮୮.୭ ମିଲିଅନ୍ ଥିଲା। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କର ୧୨୭.୯ ନିୟୁତ ଅନୁଗାମୀ ଥାଇ ସବୁଠାରୁ ଆଗରେ ଥିବା ରାଜନେତାର ମାନ୍ୟତା ପାଇଛନ୍ତି।

Leave A Reply

Your email address will not be published.